ପ୍ରବାସୀ ଓଡ଼ିଆଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କଲେ ଶ୍ରୀରୂପ ଦେଓ

0 115

ଚିକିଟି,(ପିପିଟି)୧୨/୦୫, ବର୍ତ୍ତମାନ ସାରା ବିଶ୍ବରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ପ୍ରବାସୀ ଓଡ଼ିଆ ମାନେ ସୁଦୂର ହାଇଦ୍ରାବାଦରେ ବସ ବାସ କରୁଥିବା ଚିକିଟି ନିର୍ବାଚନ ମଣ୍ଡଳୀର ଲୋକଙ୍କ ଫୋନ ପାଇ ସେମାନଙ୍କ ଅନୁରୋଧ ରକ୍ଷା କରି ଚିକିଟି ଯୁବରାଜ ତଥା ସଂଗଠନ ଚିନ୍ମୟନନ୍ଦ ଶ୍ରୀରୁପ ଦେଓ ରାସନ ସାମଗ୍ରୀ ସାହାଯ୍ୟ କରିଛନ୍ତି । ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର, ଚିକିଟି ବ୍ଲକ ଓ ଚିକିଟି ଏନ୍ଏସି ସମେତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି । ଲୋକଙ୍କ ଦୁଃଖରେ ସାଥି ହୋଇ ଠିଆ ହୋଇଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ ସାଧୁବାଦ ଜଣାଇଚ୍ଛନ୍ତି ।ପୂର୍ବରୁ ତିତିଲି, ହୁଡ଼ହୁଡ଼ ସମୟରେ ମଧ୍ୟ ଶ୍ରୀରୂପ ଦେଓ ସମସ୍ତଙ୍କ ପ୍ରିୟ ବାବା ନିଜସ୍ୱ ଉଦ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କରିବା ସହ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରାଇ ଥିଲେ ଓ ହୁଡ଼ହୁଡ଼ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୬ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ବର୍ତ୍ତମାନ ଶ୍ରୀରୂପ ଦେଓ କହିଛନ୍ତି ଯେ ବର୍ତ୍ତମାନ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସମାଜ ପାଇଁ କାମକରିବା ଯୁବକ ଭାଇମନେ ଆମ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସଙ୍ଘରୋଧ କେନ୍ଦ୍ରରେ ସାହାଯ୍ୟ କରିବା ସହ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ହାତକୁ ନେବା ପାଇଁ କହିବା ସହ  ମୋତେ କିଛି କରିବା ପାଇଁ ସୁଯଗ ମିଳିଥିବାରୁ ମା ବାଳ କୁମାରୀ ଓ ପ୍ରଭୁ ପାର୍ଥ ସାରଥିଙ୍କ ନିକଟରେ ଚିରଋଣୀ । ସେ ହିଁ ଏହି ମହାମାରୀ କରୋନା ଦାଉରୁ ରକ୍ଷା କରିବେ ଏତିକି କାମନା ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.