ପ୍ରବଳ ଖରାକୁ ଖାତିର ନକରି ଚାଲି ଚାଲି ସଚେତନତା ବାର୍ତ୍ତା ବାଣ୍ଟିଲେ କୁଆଖିଆ ଥାନା ଅଧିକାରୀ ।

0 217

ଯାଜପୁର,(ପିପିଟି ନ୍ଯୁଜ୍) ୩୧/୦୫ , ସାରା ପୃଥିବୀ ରେ ଏବେ କରୋନା ରୋଗ କବଳରେ ଏହି ରୋଗରେ ପିଡୀତ ହୋଇ ଲକ୍ଷ ଲକ୍ଷ ମୃତ୍ୟ ବରଣ କଲେଣି ଏଥିରୁ ବାଦ ଯାଇନି ଓଡିଶା ଏହା ସହିତ ଯାଜପୁର ଜିଲ୍ଲା ରେ ମଧ୍ୟ କରୋନା କବଳରେ । କରୋନା କୁ ହରେଇବାକୁ ହେଲେ ସମସ୍ତ ସରକାରୀଙ୍କ ନିୟମ ମାନି ଚଳିବା ସହିତ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ଜିଲ୍ଲା ବିଭିନ୍ନ ଅଂଚଳରେ ସଚେତନତା କରାଯାଉଛି ଆଜି କିନ୍ତୁ ଏକ ନିଆରା ଦୃଶ୍ୟ ଦେଖିବାକି ମିଳିଥିଲା କୁଆଖିଆ ଅଂଚଳରେ । କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ  ଓ ଥାନ ର ଅନ୍ୟ ପୋଲିସ କର୍ମଚାରୀ ମାନେ ଖରା ଓ ଗରମକୁ ଖାତିର ନକରି ହାତରେ ଫ୍ଲାଗ କାର୍ଡ ଧରି ବିଭିନ୍ନ ଜନଗହଳି ପୁର୍ଣ ବଜାର ଯାଇ କରୋନା ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରିବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ଏଭଳି ସଚେତନତା କାର୍ଯ୍ୟକ୍ରମ ପଦକ୍ଷେପକୁ ଅଂଚଳବାସୀ ସମେତ ବହୁ ବୁଦ୍ଧିଜୀବୀ ମାନେ ଥାନାଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.