ପ୍ରଥମ ସେକେଣ୍ଡ ଚାନ୍ସର ଦଶମ ଶ୍ରେଣୀ ପାସ ହର ୯୨ ପ୍ରତିଶତ ।

0 222

ପୋଲସରା,୦୧/୦୮(ପିପିଟି); ଏକ ଅଗ୍ରଣୀ ସ୍ବେଛାସେବୀ ଶିକ୍ଷାନୁଷ୍ଟାନ ପ୍ରଥମ ଓଡ଼ିଶାର ସେକେଣ୍ଡ ଚାନ୍ସରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀର ୧୧୪ଜଣ ଡ୍ରପ ଆଉଟ ଛାତ୍ରୀ ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୨ ପ୍ରତିଶତ ତଥା ୧୦୬ ଜଣ ଛାତ୍ରୀ ପାସ ହୋଇଛନ୍ତି । ଏହି ସେକେଣ୍ଡ ଚାନ୍ସର ପୋଲସରା ବ୍ଲକର କଙ୍କୋର ଡା, ବେଲଗାଁ, ମାଳ ତେନ୍ତୁଳିଆ, ଗୋଛାବାଡ଼ି ଓ ଭାବରଡା ଆଦି ଗ୍ରାମର ଛାତ୍ରୀମନେ ବହୁମାତ୍ରାରେ ଉତୀର୍ଣ୍ଣ ଲାଭ କରିଛନ୍ତି । ଏହି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଅଂଚଳରେ ଡ୍ରପ ଆଉଟ ଛାତ୍ରୀଙ୍କୁ ନେଇ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରାଇ ଏଭଳି ଆଲୋକିକ ସଫଳତା ହାସଲ କରିଥିବାରୁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ସେଣ୍ଟର ଇନ ଚାର୍ଜ ତ୍ରିପତି ବାଲାଜୀ ଶତପଥୀ ସମସ୍ତ ଅଭିଭାବକ ଓ ଏହି ଅନୁଷ୍ଠାନର ସମସ୍ତ ଶିକ୍ଷକ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.