ପ୍ରଚାର ପ୍ରବଳ କାମରେ ଦୁର୍ବଳ !

0 225

ବୌଦ୍ଧ,(ପିପିଟି ନ୍ଯୁଜ୍)୧୫/୦୪-ହରଭଙ୍ଗା ଆଇସୋଲେସନ ସେଣ୍ଟର ରେ ୦୭ଜଣ ବାହାରଅଞ୍ଚଳରୁ କାମଧନ୍ଦା ଅନ୍ବେଷଣ ରେ ଯାଇଥିବା ଯୁବକ ୧୦ ତାରିଖରୁ ଅଛନ୍ତି ମାତ୍ର ଆଜି ପର୍ଯ୍ୟନ୍ତ ଥରୁଟିଏ ମାତ୍ର ଡାକ୍ତରୀ ଟିମ୍ ଆସି ନାମଗ୍ରାମ ପଚାରି ଯିବା ବ୍ୟତିତ ସାଧାରଣ ସ୍ବାସ୍ଥ୍ୟବ୍ୟବସ୍ଥା ର ଚେକଅପ ସୁଦ୍ଧା କରିନାହାନ୍ତି । ମାତ୍ର ୦୧କି.ମି.ଦୂରରେ ରହିଛି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ହରଭଙ୍ଗା।ଏ ଭଳି ଚରମ ଅବହେଳା କରାଯାଉଥିବା ଖବର ପାଇ ପହଞ୍ଚି ଥିଲେ ଏଆଇୱାଇଏଫ୍ ରାଜ୍ୟ ସମ୍ପାଦକ ଅବକାଶ ସାହୁ ।ଶ୍ରୀସାହୁ ପହଞ୍ଚିବା ପରେ ଆସି ପହଞ୍ଚିଲେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାଞ୍ଚକାରୀ ଟିମ ଏବଂ ପ୍ରତିଶୃତି ଦେଲେ ପ୍ରତ୍ୟେକଦିନ ଥରୁଟିଏ ଡାକ୍ତର ଆସି ସମସ୍ତଙ୍କୁ ଚେକଅପ କରିଯିବେ ଏବଂ ସ୍ବାସ୍ଥ୍ୟବ୍ୟବସ୍ଥାସଂପର୍କିତ  ରିପୋର୍ଟ ପଞ୍ଚାୟତରେ ଦାଖଲ କରିଯିବେ ।

Leave A Reply

Your email address will not be published.