ପୋଲସରା,୦୯/୦୫(ପିପିଟି)- ଗଞ୍ଜାମ ଜିଲ୍ଲାର ପୋଲସରା ବିଇଓଭାବେ ଶ୍ରୀହର୍ଷବାବୁ ଖାଡଙ୍ଗା ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଗଜପତି ଜିଲ୍ଲା ଗୁରୁଣ୍ଡି ସ୍ଥିତ ଏସ କେସିଜି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ସୂଚନା ଯୋଗ୍ୟଯେ ଏହା ପୂର୍ବରୁ ପିଣ୍ଟୁ କୁମାର ପ୍ରଧାନ ପୋଲସରା ବିଇଓ ଭାବେ ଦାୟିତ୍ଵ ତୁଲାଇ ଏଠାରୁ ବଦଳି ହୋଇଯିବା ପରେ ସ୍ଥାନୀୟ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ସଡଙ୍ଗୀ ବିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇ ଆସୁଥିବାବେଳେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଭୂବନେଶ୍ବରଙ୍କ ଗତ ତା.୦୩/୦୫/୨୦୨୫ ଜାରି ନିର୍ଦ୍ଦେଶ କ୍ରମେ ଆଜି ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କାର୍ଯ୍ୟାଳୟର ଯୋଗଦାନ ଦେଇଥିବାରୁ କାର୍ଯ୍ୟାଳୟ ତରଫରୁ ତାଙ୍କୁ ପାରଂପାରିକ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ ଏଵଂ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ସମସ୍ତ ଷ୍ଟାଫ୍ ଏଵଂ କର୍ମଚାରୀଙ୍କ ଆନ୍ତରିକ ସହଯୋଗ କାମନା କରିବାସହ ପୋଲସରା ବ୍ଲକ୍ ଶିକ୍ଷାର ଉନ୍ନତି ସକାଶେ ନିଜ ତରଫରୁ ଯଥାସାଧ୍ୟ ଚେଷ୍ଠା କରିବେବୋଲି କହିଛନ୍ତି।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା