ପୋଲସରା ଠାରେ ବିଜେଡିର ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠାଦିବସ ପାଳନ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ।

0 611

ପୋଲସରା,ତା-୨୬/୧୨(ପିପିଟି); ଆଜି ବିଜେଡି ର ୨୪ତମ ପ୍ରତିଷ୍ଠା ଦିବସ।୧୯୯୭ ମସିହା ଆଜିର ଦିନରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଭାବେ ପ୍ରତିଷ୍ଠା ହୋଇଥିଲା । ଏହି ଦିବସଟିକୁ ସ୍ମରଣ କରିବା ଉଦେଶ୍ୟରେ ଦଳ ତରଫରୁ ପ୍ରତିବର୍ଷ ପାଳନ କରାଯାଏ ଆସୁଅଛି । ଏହି କ୍ରମରେ ଆଜି ପୋଲସରା ବସଷ୍ଟାଣ୍ଡ ଠାରେ ପୋଲସରା ବିଜେଡି ତରଫରୁ ବୁଗୁଡା ବ୍ଲକ୍ ସଭାପତି ଇଂ.ମଦନମୋହନ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଦଳର ଆଭିମୁଖ୍ୟ ଲକ୍ଷ୍ୟ ଉପରେ ବିସ୍ତୃତଭାବେ ପ୍ରକାଶ କରିବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ପରିଚାଳିତ ରାଜ୍ୟର ସର୍ବାଙ୍ଗିନ ଉନ୍ନତି ଓ ବିକାଶ ମୂଳକ ବିଭିନ୍ନ କାର୍ଯ୍ୟଗୁଡିକ ଉପରେ କହିଥିଲେ ।ଏଥିସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ ଏବଂ ଆଗାମୀ ନିର୍ବାଚନରେ ଦଳକୁ ବିଜୟି କରିବାକୁସମସ୍ତେ ମିଳିମିଶି କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଦଳତରଫରୁ ବିଧାୟକ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ପୋଲସରା ଏବଂ ବୁଗୁଡା ଉଭୟ ବ୍ଲକ୍ ର ଦଳୀୟ ବିଭିନ୍ନ ପଦପଦବୀପ୍ରାପ୍ତ କର୍ମ କର୍ତ୍ତା, ନେତୃବୃନ୍ଦ, କର୍ମୀ ଓ ବହୁ ସଂଖ୍ୟାରେ ସମର୍ଥକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଦଳତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ଅବସରରେ ଦଳ ତରଫରୁ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୩୪୧ୟୁନିଟ ରକ୍ତ ସ୍ବେଚ୍ଛାକୃତ ଦାତା ମାନଙ୍କଠାରୁ ସଂଗ୍ରହ କରାଯାଇଥିଲା । ଏହି ରକ୍ତ ସଂଗ୍ରହ ବ୍ରହ୍ମପୁର ଏମ୍. କେ.ସିଜି ରକ୍ତଭଣ୍ଡାର ଷ୍ଟାଫ୍ ଏବଂ ଭଞ୍ଜନଗର ମେଡିକାଲ ଷ୍ଟାଫ୍ ମାନଙ୍କଦ୍ବାରା ସ୍ଥାନୀୟ ଲିଙ୍ଗରାଜ ବାଳିକା ହାଇସ୍କୁଲ ଓ ଗୋପବନ୍ଧୁ ହାଇସ୍କୁଲରେ ଅନୁଷ୍ଠିତ ଶିବିରରୁ ସଂଗ୍ରହ କରାଯାଇଥିଲା ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.