ପୋଲସରା ଏନ୍ଏସି ୬ ଦିନ ସଟ୍ ଡାଉନ୍ ଘୋଷଣା ।

0 891

ପୋଲସରା,୦୭/୦୭(ପିପିଟି); ଗଞ୍ଜାମ ଜିଲ୍ଲା  ପୋଲସରା ଅଞ୍ଚଳରେ  କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଯେତିକି କରୋନା ପଜିଟିଭ ସଂଖ୍ୟା ବଢ଼ି ବଢ଼ି ଚାଲିଛି  ସେଥିରେ  ଅମାନିଆ ଲୋକଙ୍କ ଅନାବଶ୍ୟକ ମନ ଇଛା ବୁଲାବୁଲି ସମସ୍ଯା ସୃଷ୍ଟି କରୁଛି । ଜୁଲାଇ ୪ ତାରିଖ ସୁଦ୍ଧା ପୋଲସରା ଏନ୍ଏସି ରେ ସଂକ୍ରାମିତଙ୍କ ସଂଖ୍ୟା ୬୨ ହୋଇଥିଲା ଏବଂ ସେଥିମଧ୍ୟରୁ ୧୫ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ପୋଲସରା ଏନ୍ଏସିର ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ଚିଠି ନମ୍ବର ୪୫୬୭,ତା-୦୬/୦୭/୨୦୨୦ ଅନୁଯାଇ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।ପୋଲସରା ଅଞ୍ଚଳରେ ଖଣ୍ଡୁରୁ ଛକ,ଲଙ୍ଗଳେଶ୍ବର ଛକ,ରାଣୀପଡା ଛକ,କଙ୍କୋରଡା ଛକ,ବେଲଗାଁ ଛକ ବେରିକେଡ କରାଯାଇଥିବା ବେଳେ ବଜାର ସାହିକୁ ସଂପୂର୍ଣ୍ଣ ସିଲ୍ କରାଯାଇଛି ।କୋଭିଡ୍ ଯୋଦ୍ଧା ତଥା ପୋଲିସ୍ କର୍ମଚାରୀ ୩ଜଣ,ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ୩ଜଣ,ବ୍ଲକର ୨ଜଣ ,ଅଗ୍ନିଶମ ବିଭାଗର ଜଣେ ଏବଂ ଜଣେ ଶିକ୍ଷକ ସଂକ୍ରାମିତ ହୋଥିବା ଜଣାପଡିଛି । ସଟ୍ ଡାଉନ୍ ସମୟରେ ଆଣ୍ଟିଜେନ୍ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳଙ୍କ ଟୁଇଟ୍ ରୁ ଜଣାପଡିଛି । ପୋଲସରା ତହସିଲଦାର ସମସ୍ତ ସମସ୍ୟା ପ୍ରତି ନଜର ରଖିଛନ୍ତି । ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି ପୋଲସରା ଜନସାଧାରଣ ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା,ସାନିଟାଇଜର ବ୍ଯବହାର କରିବା,ସାମାଜିକ ଦୂରତା ରକ୍ଷା କରିବା ସହିତ ଅସୁସ୍ଥ ଅନୁଭବ କଲେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଏନ୍ଏସି ଅଞ୍ଚଳରେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସମସ୍ତେ ସତର୍କ ରହିବା ଏବଂ କରୋନା ଠାରୁ ଦୂରେଇ ରହିବା ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦାସ କହିଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.