ପୋଲସରା, ୦୬/୧୧(ପିପିଟି): ପୋଲସରା ବ୍ଲକ କାର୍ଯ୍ଯାଳୟ ଠାରେ ସ୍ମାର୍ଟ ସ୍କୁଲ ପାଇଁ ଏକ ଭର୍ଚୁଆଲ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ଯାୟରେ ୧୧ ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରୀତ ପାଇଁ ଟିହ୍ନଟ କରାଯାଇଛି। ୫ଟି ସଚିବ ଭର୍ଚୁଆଲ ବୈଠକରେ ଯୋଗ ଦେଇ ବିଡିଓ, ବିଇଓ, ପ୍ରଧାନ ଶିକ୍ଷକ, ସରପଞ୍ଚ ଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଶିକ୍ଷାର ମାନଦଣ୍ଡକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )