ଦ୍ୱାଦଶ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ।

0 50

ବେଗୁନିଆପଡା,୨୨/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ଗ୍ରାମର ରେଖା ଡାକୁଆଙ୍କ ଦେହାନ୍ତର ଦ୍ୱାଦଶ ଦିବସ ଅବସରରେ ଆଜି ତାଙ୍କ ବାସଭବନ ସମ୍ମୁଖରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ଏହି ଅବସରରେ ତାଙ୍କର ଜୀବନୀ ଓ ସ୍ମୃତିକୁ ମନେ ପକାଇ ପରିବାରବର୍ଗ ଭାବବିହ୍ୱଳ ହୋଇପଡ଼ିଥିଲେ । ପରିବାର ପକ୍ଷରୁ ଆୟୋଜିତ ଦ୍ୱାଦଶାହ କାର୍ଯ୍ୟକ୍ରମରେ ତାଙ୍କର ଚାରି ପୁତ୍ର ଅଭିମନ୍ୟୁ ବାରିକ, ଜୟରାମ ବାରିକ, ମହେଶ୍ଵର ବାରିକ,ବିଶ୍ୱନାଥ ବାରିକ ସମତେ ପରିବାରବର୍ଗ, ବନ୍ଧୁ ପରିଜନ ଏବଂ ପିସିସି ସଭ୍ୟ ଭବାନୀ ପ୍ରସାଦ ଜେନା (ବୁଲା) , ଗ୍ରାମପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଯୋଗଦେଇ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.