ପୋଖରୀରେ ବୁଡି ଯୁବକ ମୃତ ।

0 299

ଉଲୁଣ୍ଡା ,୦୯/୦୭(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ଖମାର ଗ୍ରାମର ଖମାର ମଠ ନିକଟ ଏକ ଅବ୍ୟବହୃତ ପରିତ୍ୟକ୍ତ ପୋଖରୀରୁ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଥିଲା । ଗତକାଲି ଏହି ଯୁବକ ଖମାର ମଠକୁ କୌଣସି କାମରେ ଆସିଥିବାବେଳେ ମଠ ନିକଟରେ ଥିବା ପରିତ୍ୟକ୍ତ ପୋଖରିରେ ମରି ପଡିଥିବା କିଛି ଲୋକ ଗତକାଲି ସନ୍ଧ୍ୟାରେ ଦେଖିବାକୁ ପାଇଥିଲେ ।ଏ ନେଇ ପୋଲିସକୁ ଖବର ଦେବାପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି  ଅଧିକ ଅନୁସନ୍ଧାନ ଜାରି ରଖିଛି । ଯୁବକ ଜଣକ ବିନିକା ଥାନା ଶଙ୍କରା ଗ୍ରାମର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି କହିଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.