ପୂର୍ବ ଉପକୂଳ ସୁରକ୍ଷା ପରିଷଦ ପକ୍ଷରୁ ଖାଦ୍ଯ ସାମଗ୍ରୀ ବଣ୍ଟନ ।

0 190

ଜଗତସିଂହପୁର,(ପିପିଟି) ୦୯ /୦୫,ଆଜି ଶନିବାର ପୂର୍ବ ଉପକୂଳ ସୁରକ୍ଷା ପରିଷଦ,ଜଗତସିଂହପୁର ଜିଲ୍ଲା ତରଫରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋତିଆଁ ଗ୍ରାମ ର ସାମଲ ସାହି ଠାରେ ଅତ୍ଯାବଶ୍ଯକ ଖାଦ୍ୟସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହାକୁ ଯୁବ ସମାଜସେବୀ  ଅଭିଜିତ୍ ସାହୁ(ଏରସମା ),ଏଆଇୱାଇଏଫ୍  ରାଜ୍ୟ ଉପସଭାପତି  ସତ୍ଯରଂଜନ ମହାନ୍ତି,ଶ୍ରମିକ ନେତା  ସୋମନାଥ ଗିରି(ତିର୍ତ୍ତୋଲ),ସାମାଜିକ କର୍ମୀ  ଅମରେଶ ପ୍ରଧାନ(ପାରାଦ୍ବୀପ), ରୋଜାଲିନ ଦାଶଙ୍କ ସହିତ ଅନ୍ଯମାନେ ସଂପାଦନ କରିଥିଲେ । ପ୍ରାୟ ୧୦୦ ଶ୍ରମଜୀବୀ ପରିବାରକୁ ଡାଲି,ଅଟା, ବିସ୍କୁଟ,ସୋରିଷ ତେଲ ଇତ୍ଯାଦି ପ୍ରଦାନ କରାଯାଇଥିଲା ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.