ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ ।

0 634

ଭୁବନେଶ୍ୱର,୦୮/୦୬ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ସୋମବାର ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅର୍ଜୁନ ଭଦ୍ରକ ଲୋକସଭା ଆସନରୁ ୮ ଥର ନିର୍ବାଚିତ ହୋଇଥିଲେ। ସେହିପରି ରାଜ୍ୟ ବିଧାନସଭାକୁ ମଧ୍ୟ ୨ ଥର ନିର୍ବାଚିତ ହୋଇଛନ୍ତି। ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଅର୍ଜୁନ ଜଳସମ୍ପଦ ମନ୍ତ୍ରୀ ଥିଲେ। ସେ ଲୋକ ସଭାକୁ ଜାତୀୟ କଂଗ୍ରେସ ପକ୍ଷରୁ ୧୯୭୧ ଓ ୧୯୮୦ ରେ ନିର୍ବାଚିତ ହୋଇଥିଲେ ।୧୯୯୧ ରେ ଜନତା ଦଳ,୧୯୯୮ ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ଲୋକ ସଭାକୁ ପ୍ରତିନିଧିତ୍ବ କରିଥିଲେ ।

Leave A Reply

Your email address will not be published.