ପୂଜ୍ୟ ପୂଜା ସଂସଦ ତରଫରୁ ବୋଲଗଡ଼ରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ ।

0 242

ବୋଲଗଡ଼,(ପିପିଟି ନ୍ଯୁଜ୍)୦୨/୦୬, ବର୍ତ୍ତମାନ ବିଶ୍ବରେ ଦେଖାଦେଇଥିବା ଭୟାବହ ମହାମାରୀ କୋଭିଡ଼-୧୯ର ମୁକାବିଲା କରୁଥିବା ସମସ୍ତ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ବୋଲଗଡ଼ସ୍ଥ ବରିଷ୍ଠ ନାଗରିକ ମଞ୍ଚ  ତଥା ପୂଜ୍ୟ ପୂଜା ସଂସଦ ତରଫରୁ ବୋଲଗଡ଼ ଭାରପ୍ରାପ୍ତ ଅଧିକାରୀ ଶେଖ୍ ଆକବର ଅଲ୍ଲୀ ଖାଁ, ତହସିଲଦାର ସୁଶ୍ରୀ ମୋନାଲିସା ପଣ୍ଡା, ମଣ୍ଡଳ ଉନ୍ନୟନ ଅଧିକାରୀ ଡଃ ଶୁଭଶ୍ରୀ ତ୍ରିପାଠୀ, ବୋଲଗଡ଼ ସରପଞ୍ଚ  ବବିତା ସାହୁ , ଆଂଚଳିକ ଚିକିତ୍ସା ଅଧିକାରୀ ଡକ୍ଟର ଅରୁଣ କୁମାର ମହାପାତ୍ର, ଡକ୍ଟର ରତିରଞ୍ଜନ ଷଣ୍ଢ ଓ ସମସ୍ତ ସରକାରୀ କର୍ମଚାରୀ ତଥା ସାମ୍ବାଦିକ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ। ବୋଲଗଡ଼ ବରିଷ୍ଠ ନାଗରିକ ମଞ୍ଚ  ତଥା ପୂଜ୍ୟ ପୂଜା ସଂସଦ  ସଭାପତି  ଗୋପିନାଥ ଖାଡଙ୍ଗା, ସମ୍ପାଦକ ବାଲ୍ମିକ ବଳିୟାରସିଂହ ଓ ଉପଦେଷ୍ଟା ରବିନ୍ଦ୍ର କୁମାର ପରିଡ଼ା ପ୍ରମୁଖ କରୋନା ଯୋଦ୍ଧାମାନଙ୍କୁ ସମ୍ବନ୍ଧ ସମ୍ବନ୍ଧିତ କରିଥିଲେ। ଏହି ସମୟରେ ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ଦିବାକର ପରମଗୁରୁ ଓ ସଦାନନ୍ଦ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ – ସୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.