ପି.ଏଚ.ଡି ର ମୁଖ୍ୟ ପାଣି ପାଇପ ଉପରେ ଡ୍ରେନ ନିର୍ମାଣ ।

0 550

ପଦ୍ମପୁର,୨୯/୦୬(ପିପିଟି); ବର୍ତ୍ତମାନ ସାର ପୃଥିବୀକୁ କରୋନା ଗ୍ରାସ କରି ଭୟ ର ବାତାବରଣାତା ରେ ଥରହର ହେଉଥିବାବେଳେ ସର୍ବସାଧାରଣ ସରକାର ତଥା ପ୍ରଶାସନିକ କାର୍ଯ୍ୟ ଏବଂ ବ୍ୟବସ୍ଥା ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ । ହେଲେ ବରଗଡ ଜିଲ୍ଲା ପଦ୍ମପୁର ସଦର ମହକୁମାର  ବର୍ତ୍ତମାନର ମୁଖ୍ୟ ଭେଉଁରିଆ ଛକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ଓ୍ୱେ କଡରେ ପଦ୍ମପୁର ପୂର୍ତ୍ତ ବିଭାଗ ପକ୍ଷରୁ ନବ ନିର୍ମିତ ଡ୍ରେନ ପଦ୍ମପୁର ସହରକୁ ସପ୍ଲାଇ ହେଉଥିବା ପିଇବା ପାଣି ପାଇପ ଉପରେ ଦାଦାଗିରୀ କଲାଭଳି ନର୍ମାଣ କରା ଯାଉଛି । ପିଇବାପାଣି ଉପରେ ଡ୍ରେନ ନିର୍ମାଣ ଦ୍ୱାରା ଭବିଷ୍ୟତରେ ଯଦି କୌଣସି କାରଣରୁ ପାଇପରେ ଫାଟ କିମ୍ବା ବ୍ଲକେଜ ସୃଷ୍ଟି ହୁଏ ତେବେ ସହରବାସୀଙ୍କୁ ଡ୍ରେନ ତଳେ ଥିବା ପାଇପର ଦୂଷିତ ଜଳ ପିଇବାକୁ ପଡିବ । କାର୍ଯ୍ୟ ପ୍ରାୟ ଅଧା ହେବାକୁ ବସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ବିଭାଗୀୟ ଉଚ୍ଚପଦସ୍ଥ ହାକିମ ବାବୁଙ୍କ ଦୃଷ୍ଟିଗୋଚରକୁ କେମିତି ଆସିନି କି ଆଖି ବୁଜି ନାଟକ ବାଜି କରୁଛନ୍ତି ତାହା ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ଅଟେ । ଅନ୍ୟପଟେ ଦେଖିବାକୁ ଗଲେ ପଦ୍ମପୁର ଉଚ୍ଚପଦସ୍ଥ ସାମାଜିକ କର୍ମୀ,ଜନପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ତଥା ସଚେତନ ନାଗରିକ ବୃନ୍ଦ ପ୍ରତିଦିନ ଏହି ରାସ୍ତା ଦେଇ ଯିବାଆସିବା କରଥିଲେ ମଧ୍ୟ କୌଣସି ପ୍ରକାର ର ପଦକ୍ଷେପ କିମ୍ବା ବିରୋଧ କରୁନଥିବା ହେତୁ ପଦ୍ମପୁର ସହରବାସୀଙ୍କ ମନରେ ଅନେକ ଅସନ୍ତୋଷ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ପଦ୍ମପୁରରୁ ବସନା ଯାଉଥିବା ରାସ୍ତାକଡର ନୂତନ ନାଳ ନିର୍ମାଣ କାମରେ ମଧ୍ୟ ବେଖାତିର କରିବା ଏବଂ ବିପଦ ପୂର୍ଣ୍ଣ ଅବସ୍ଥାରେ  କୌଣସି ବେରିକେଡ, ଫଳକ କିମ୍ବା ସୂଚକ ନ ଲଗାଇ ଡ୍ରେନ ପାଇଁ ଗାତ ଖୋଳା ହୋଇ ଖୋଲାଛାଡି ଦେବା ଫଳରେ ଗୃହ ପାଳିତ ପଶୁ ଯଥା ଗାଈ ଗୋରୁ ମେଣ୍ଢା,ଛେଳି,କୁକୁର ଗାତରେ ପଡିଯିବାର ଆଶଙ୍କା ସହ ସର୍ବସାଧାରଣ ମଧ୍ୟ ପଡିଯିବାର ଭୟ ଦେଖାଦେଇଛି । ପଦ୍ମପୁର ସହରର ଶାନ୍ତିନଗର ପଡାକୁ ଯାଉଥିବା ରାସ୍ତା ମଝିରେ ମଧ୍ୟ ଗାତଖୋଳି ବହୁଦିନ ହେଲା ଛାଡି ଦେଇଥିବାବେଳେ ବର୍ତ୍ତମାନ ବର୍ଷା ପାଣିରେ ଗାତ ଭର୍ତ୍ତି ହୋଇ ସମତଳ  ଭଳି ଦେଖା ଦେଖାଯିବା ଫଳରେ ଗାତକୁ ରାସ୍ତା ଭାବି ଦୁର୍ଘଟଣା ହେବାର ସମ୍ଭାବନା ଅଧିକ । ଏସବୁ କୁ ଦୃଷ୍ଟିରେ ରଖି ପୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କିଶାନଙ୍କୁ ଅବଗତ କରାଯାଇଥିବା ବେଳେ ସେ ଭୁଲ ନ ମାନି ଓଲଟା ଯୁକ୍ତି କରିବା ଠିକ କି ? ପରେ କଥା ଅଧିକ ବଢିବାରୁ ଉକ୍ତ ସ୍ଥାନରେ କିଛି ଫିତା ଲଗାଇ ସ୍ଥାନକୁ ଘେରାଉ କରିଛନ୍ତି । ପ୍ରଶାସନିକ ଅଧିକାରିଙ୍କ  ଏପରି ମନ୍ତବ୍ୟ ଏବଂ ଯିକ୍ତିତର୍କକୁ ବୁଦ୍ଧିଜିବୀ ମହଲରେ ସମାଲୋଚନାର ବିଷୟ ବସ୍ତୁ ପାଲଟିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.