ପିପିଟି ପକ୍ଷରୁ ପୋଲସରା ଥାନାକୁ ମାସ୍କ, ସାନିଟାଇଜର ଓ ଛତା ପ୍ରଦାନ।

0 1,181

ପୋଲସରା,୨୩/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କୁ ପିପିଟି ପକ୍ଷରୁ ସଭାପତି ଦେବସ୍ମିତା ମହାନ୍ତି,ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାକ୍ଷାତ କରି ସାନିଟାଇଜର,ମାସ୍କ ଓ ଛତା ପ୍ରଦାନ କରିଛନ୍ତି। ଗ୍ରାମାଞ୍ଚଳର ଲୋକ ମାନେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବାବେଳେ ସେମାନଙ୍କୁ ମାସ୍କ ବ୍ଯବହାର କରିବା ପାଇଁ ଦିଆଯିବ ଏବଂ ପୁଲିସ କର୍ମଚାରୀ ମାନେ ଖରା ଓ ବର୍ଷାରେ ରାସ୍ତାରେ ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କ ପାଇଁ ଛତା ବ୍ଯବହାର କରିବା ପାଇଁ ପିପିଟି ପକ୍ଷରୁ ଗୋଟିଏ ଛୋଟିଆ ପ୍ରୟାସ କରାଯାଇଛି। ପୋଲସରା ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିପିଟି ପକ୍ଷରୁ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା,ସାମ୍ବାଦିକ ଟି.ଶରତ ସୁବୁଦ୍ଧି, ସାମ୍ବାଦିକ ଉମାଚରଣ ପଟ୍ଟନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ ଓ ହୃଷିକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.