ପିଡିଙ୍କ ଉପସ୍ଥିତିରେ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧମକ, ଦୁଇ ସାମ୍ବାଦିକଙ୍କୁ କୋର୍ଟ ଚାଲଣ ।

0 1,230

କୋଦଳା,(ପିପିଟି)୦୭/୦୫,ନିର୍ବାହୀ ଅଧିକାରୀଙ୍କ ପ୍ରତି ଅଶ୍ଳୀଳ ଗାଳି ଗୁଲଜ ସହିତ ଜୀବନରେ ମାରିଦେବା ଭଳି ଧମକଦେବା ଭଳି ଅଭିଯୋଗରେ ଦୁଇ ସାମ୍ବାଦିକଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ  କୋଦଳା କଲ୍ୟାଣମଣ୍ଡପ ସଙ୍ଗରୋଧ କେନ୍ଦ୍ର ଠାରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ମଣ୍ଡଳଙ୍କ ଗସ୍ତ ଏବଂ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଙ୍କୁ ଖାଦ୍ୟ ପାନୀୟ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସୁବିଧା ଏନଏସି ତରଫରୁ ଯୋଗାଇ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ ପ୍ରବାସୀ ଓଡ଼ିଆ ମାନେ ମେନୁ ଠାରୁ ମଧ୍ୟ ଭଲ ଖାଦ୍ୟ ପାନୀୟ ମିଳୁଛି ବୋଲି କହିବା ପରେ ନିର୍ବାହୀ ଅଧିକାରୀ ଏବଂ ସମସ୍ତ ଉକ୍ତ କେନ୍ଦ୍ରର କରୋନା ଯୋଦ୍ଧା ମାନଙ୍କ ସହିତ ଆଲୋଚନା କରି ଖୁସିବ୍ଯକ୍ତ  କରି ଫେରିବା ସମୟରେ ଗେଟ ବାହାରେ  ପିଡି ଗାଡିରେ ଚଢିବା ସମୟରେ ଜନୈକ ଦୁଇ ସାମ୍ବାଦିକ ବୁମ୍ ଦେଖାଇ ବାଇଟ ଦେବାକୁ କହିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସେ ବାଇଟ ଦେବାକୁ ମନା କରିଥିଲେ ।କିନ୍ତୁ ଉକ୍ତ ଦୁଇଜଣ ବାରମ୍ବାର ବୁମ୍ ଦେଖାଇ ହୈରାଣ କରିବାରୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ହାତ ଦେଖାଇ ମୋବାଇଲ ବନ୍ଦ କର ବୋଲି କହିଥିଲେ ।ଏହି ସମୟରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଗ୍ରାମରକ୍ଷୀ ରଜନୀ ସେଠୀ ଉପସ୍ଥିତ ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ବ୍ୟକ୍ତି ଚାଲ ଆମେ ଜିବା ଜାତିଆଣ କେଶ ଲଗାଇ ସମସ୍ତଙ୍କୁ ଜେଲ ରେ ପୁରାଇଦେବା କହି ସେଠାରୁ ଚାଲିଯାଇଥିଲେ ।ବହୁସମୟ ପରେ କାର୍ଯ୍ୟାଳୟରେ ପଶି ଏହି ଦୁଇ ଜଣଙ୍କ ସମେତ ଅନ୍ୟ ଦୁଇ ତିନି କେତେବେଳେ କେଉଁ ୱେବ୍  ଚେନେଲର ବୁମ୍ ଦେଖାଇ ମନା କରିବା ସତ୍ତ୍ବେ ଫୋଟୋ ଭିଡିଓ କରି ଊତ୍କୋଚ ମାଗୁଚନ୍ତି ନ ଦେଲେ ଏମିତି ମିଛରେ ନ୍ଯୁଜ୍ କରି ମୋତେ ହୈରାଣ କରୁଛନ୍ତି ବୋଲି ନିର୍ବାହୀ ଅଧିକାରୀ କହିବା ସହିତ ହତ୍ୟାଧମକ ମଧ୍ୟ ଦେଉଥିବା କହିଛନ୍ତି ।ବୁଧବାର ଦିନ  ଏହି ଘଟଣା ପରେ ପରେ ପ୍ରତ୍ୟେକ ଦିନ କାର୍ଯ୍ୟାଳୟରେ ପଶି ଏମିତି ହୈରାଣ କରୁଥିବାରୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ କୋଦଳା ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ସହିତ ସମସ୍ତ ପରିଚୟ ପତ୍ର ଫେରାଇ ଦେଇ ସେଠାରେ ବସି ରହିଲେ ।କିଛି ସମୟ ପରେ ତହସିଲଦାର ପ୍ରଭାତ କୁମାର ପରିଡା ଓ ଥାନା ଅଧିକାରୀ ଦେବାଶିଷ ମହାନ୍ତି ନିର୍ବାହୀ ଅଧିକାରୀଙ୍କୁ ବୁଝାସୁଝା କରିବା ସହିତ କାର୍ଯରେ ଯୋଗ ଦେବାକୁ କହିଥିଲେ ଏବଂ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ସମସ୍ତ କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ବାହୀ ଅଧିକାରୀ ଅନୁରୋଧ କରିଥିଲେ ।ଏହାକୁ ନେଇ କୋଦଳା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସବଇନିସପେକ୍ଟର ଅନୀଲ କୁମାର ସାହୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ସତ୍ୟାସତ୍ୟ ପଚାରି ବୁଝି ଉକ୍ତ ଦୁଇଜଣଙ୍କୁ ଥାନା କେଶ ନଂ ୧୩୨/୨୦ ଅନୁଯାୟୀ ୩୪୧,୩୫୩,୩୨୩,୨୯୪,୫୦୬ ଓ ୩୪ ଆଇପିସି ଧାରା ପ୍ରକାରେ ଉଭୟଙ୍କୁ ମେଡିକାଲ ଚେକାପ ପରେ କୋର୍ଟ ଚାଲାଣ କରିଥିବା ଏସ୍ଆଇ ଅନୀଲ କୁମାର ସାହୁ ପ୍ରକାଶ କରିଛନ୍ତି । ସଂପୃକ୍ତ ଦୁଇ ଜଣ ସାମ୍ବାଦିକ ଏକାଧିକ ଖବରକାଗଜ ଓ ୱେବ୍ ଚ୍ୟାନେଲରେ ଥିବା ଜଣାପଡିଛି ।ବିଗତ କିଛି ଦିନ ଧରି କୋଦଳା ଏନ୍ଏସି ରେ କରୋନା ସଚେତନା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ମଧ୍ୟ କିଛି ଗଣମାଧ୍ୟମରେ ନକରାତ୍ମକ ଖବର ପରିବେଷଣ ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ।ଜଣେ କହିବା ପାଇଁ ଚାହୁଁ ନାହିଁ ତଥାପି ଜୋର ଜବରଦସ୍ତ ବୁମ୍ ଲଗାଇବା ଘଟଣା ଠିକ୍ ନୁହେଁ ବରଂ ଖବର ସଂଗ୍ରହ ଅନ୍ଯ ତରିକାରେ ମଧ୍ୟ ହୋଇ ପାରିବ । ବର୍ତ୍ତମାନ ଓଡିଶାରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ମକଦ୍ଦମା ବଢୁଛି ।

Leave A Reply

Your email address will not be published.