ପାନୀୟ ଜଳ ସଙ୍କଟ ନେଇଁ ଗ୍ରାମ ବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ ।

0 1,119

ଦିଗପହଣ୍ଡି,ତା- ୨୩/୦୬(ପିପିଟି); ସାରା ଭାରତ ବର୍ଷ ମହାମାରୀ କରୋନା କବଳ ରେ । କରୋନା ଭୁତାଣୁ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ମହାମାରୀ କରୋନା ଦାଉରୁ ରକ୍ଷା କରିବାପାଇଁ ସରକାରୀ କର୍ମଚାରୀ ଠାରୁ  ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଜଳ ପ୍ରକଳ୍ପ ଖାଲି ନାମକୁ ମାତ୍ର ସୁନ୍ଦର କୁ ରଖାଯାଇଛି । ଗ୍ରାମା ଅଞ୍ଚଳଠୁ ଅଧିକା ସହରା ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଗ୍ରାମା ଅଞ୍ଚଳ ରେ ପାଣି ପଞ୍ଚାୟତ କାହାପାଇଁ । ସରକାର କାହାପାଇଁ ପଇସା ଖର୍ଚ୍ଚ କରୁଛନ୍ତି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ପଞ୍ଚାୟତରେ ଆଜକୁ ପ୍ରାୟ ବହୁତ ଦିନ ହବ ପାଣି ଆସୁନି ଗ୍ରାମକୁ । କିଛି ପାଇପ ଭଗ୍ନ ଅବସ୍ଥା ରେ ପଡ଼ିରହିଛି । ଗ୍ରାମରେ କୌଣସି ପାଣି ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛିଛନ୍ତି । ଗ୍ରାମର ୧୨ ଟି ସାହିକୁ ପାନୀୟଜଳ ଯୋଗାଣ ଗତ ୪ ମାସ ହେଲା ବନ୍ଦ ଅଛି । ଏ ନେଇ ଗ୍ରାମ ବାସି ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେମାନେ କହୁଛନ୍ତି ଆମ ହାତରେ କିଛି ନାହିଁ ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ କୁହ । ଗ୍ରାମ ବାସୀ କିଛି ଉପାୟ ନପାଇ ଆମ ପିପିଟି ନିଉସ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ଗ୍ରାମର ପାନୀୟଜଳ ସମସ୍ୟାର ସମାଧାନ ତୁରନ୍ତ କରାଯାଉ ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.