ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତ୍ୟୁ ଅବହେଳା ଅଭିଯୋଗ ।

0 0

ମାଲକାନଗିରି , ୨୩/୧୧(ପିପିଟି): ଓର୍କେଲ ଥାନା ଅନ୍ତର୍ଗତ ପରକନମାଳା ଆଶ୍ରମ ବିଦ୍ୟାଳୟରେ ଆଜି ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ଆଶ୍ରମ ବିଦ୍ୟାଳୟରେ ରହି ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲା। ମୃତ ଛାତ୍ରୀଙ୍କ ନାମ ରଶ୍ମିତା ହନ୍ତାଳ ଓ ଘର ନାକାମାମୁଡି ପଞ୍ଚାୟତରେ ବୋଲି ଜଣାପଡ଼ିଛି।
ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବିଦ୍ୟାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଛିତ୍ରୀଙ୍କ କିଛି ଦିନ ହେଲା ଦେହ ଅସୁସ୍ଥ ଥିବା ସହପାଠୀ ମାନେ ପ୍ରକାଶ କରିଛନ୍ତି। ସ୍ଥାନୀୟ ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ କାଲି ରାତିରେ ଛାତ୍ରୀ ରେ ଛାତ୍ରୀ ଜଣଙ୍କ ଭୋଜନ କରିବା ପରେ ଶୋଇବା ଯାଇଥିଲା। ସେହି ସମୟରେ ସେ ଅଚେତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲା। ବିଦ୍ୟାଳୟ ତରଫରୁ ଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ କୁଡୁମୁଲଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ବାସ୍ତବ ରେ ଛାତ୍ରୀ ଜଣଙ୍କ କାହିଁକି ମୃତ୍ୟୁ ବରଣ କଲା ଏହି ରହସ୍ୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର କହିଛନ୍ତି ଯେ, ତଦନ୍ତ ପରେ ହିଁ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ରାଜନୈତିକ ମହଲରେ ଉଷ୍ମତା ଦେଖା ଦେଇଛି। ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ଧ୍ୟାନ ଦିଆ ଯାଉନଥିବା ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସିକ ମାଡକାମୀ ଅଭିଯୋଗ କରିଛନ୍ତି । ଏଣୁ ଆଦିବାସୀ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦୃଷ୍ଟିରୁ ଇସ୍ତଫା ଦେବାକୁ ସେ ଦାବି କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.