ମାଲକାନଗିରି ,୨୭/୧୧(ପିପିଟି):କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁର କୋଣ୍ଡା ପଞ୍ଚାୟତ ନିକଟସ୍ଥ ପାତାକୋଣ୍ଡା ଜଙ୍ଗଲରୁ ଆଜି ପୋଲିସ ଏକ ଯୁବତୀର ମୃତ ଦେହ ଉଦ୍ଧାର କରିଛି ।ବାପା ପଦିଆ ମାଡକାମୀ କାଲିମେଳା ଥାନାରେ ଅଭିଯୋଗ କଲା ପରେ କୋରାପୁଟ ଫୋରେନସିକ୍ ଟିମ୍ ଏବଂ କାଲିମେଳା ପୋଲିସ ପାତାକୋଣ୍ଡା ଜଙ୍ଗଲରେ ମରି ପଡିଥିବା ପିଙ୍କି ମାଡକାମୀ (୨୦)ର ଶବ ଉଦ୍ଧାର କରିଛି ।ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ପିଙ୍କିର ମୁହଁ,ବେକ,ଏବଂ ନାକରେ କ୍ଷତ ଚିହ୍ନ ରହିଛି । କୌଣସି ବ୍ଯକ୍ତି ପିଙ୍କିକୁ ହତ୍ଯା କରି ଜଙ୍ଗଲରେ ଫୋପାଡି ଦେଇଥିବା ପୋଲିସ ସନ୍ଦେହ କରୁଛି ।ତେବେ ଯୁବତୀର ଶବଟି ଗାଁ ଠାରୁ ୩୦୦ ରୁ ୪୦୦ ମିଟର ଜଙ୍ଗଲରେ ପଡିଥିଲା ।ଏ ସଂକ୍ରାନ୍ତରେ କାଲିମେଳା ଥାନା କେଶନଂ:୨୯୯/୨୭.୧୧.୨୦୨୧ ଧାରା ୩୦୨ ଅନୁସାରେ ମାମଲା ରୁଜୁ କରାଯାଇଛି ।ଶବ ବ୍ଯବଛେଦ ପରେ ମୃତ୍ୟର ରହସ୍ୟ ଜଣାପଡିବ ।ତେବେ ପିଙ୍କିକୁ କିଏ କାହିଁକି ହତ୍ଯା କଲା ପୋଲିସ ତଦନ୍ତ କରୁଛି । ବର୍ତ୍ତମାନ ହତ୍ଯାକାରୀ କିଏ ପୋଲିସ ପ୍ରକାଶ କରି ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post