ସାନଖେମୁଣ୍ଡି,୨୨/୧୨(ପିପିଟି):କୁନି ବୟସରେ ଦୁନିଆଁ କଣ ଦେଖିବା ପୂର୍ବରୁ ଦଇବ ଦାଉ ସାଜିଛି । ଏମିତି ଏକ ଦଇବି ଦୁର୍ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତର ବାଲିଆ ଗ୍ରାମରେ । ସୂଚନାନୁସାରେ ପିତା ଡାକ ଗୌଡ଼ ଓ ମାତା ଟୁନି ଗୌଡ଼ଙ୍କ ଏକ ମାତ୍ର ପୁତ୍ର ସତ୍ୟନାରାୟଣ ଗୌଡ଼ ନାମକ ଜଣେ ପାଞ୍ଚ ବର୍ଷୀୟ ବାଳକ ଆଜି ନିଜ ଗ୍ରାମ ନିକଟରେ ଥିବା ପୋଖରୀକୁ କିଛି କୁନି ସାଥି ପିଲାଙ୍କ ସହ ଗାଧୋଇବା ସମୟରେ ଗୋଡ ଖସି ଯାଇଥିଲା ଓ ପାଣି ଭିତରେ ନିଖୋଜ ହୋଇଗଲା । ସଙ୍ଗେ ସଙ୍ଗେ ସାଥି ପିଲାମାନେ ଘରେ ଆସି ପରିବାରକୁ ଜଣାଇଥିଲେ ଏବଂ ପରିବାର ଲୋକେ ପୋଖରୀର ଚାରିଆଡେ ଖୋଜା ଖୋଜି ପରେ ଆସି ଦେଖିଲା ବେଳକୁ ପିଲାଟି ପାଣିରେ ବୁଡି ରହିଥିଲା , ସଙ୍ଗେ ସଙ୍ଗେ ପରିବାର ଲୋକେ ନିକଟସ୍ଥ ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲ । ଏହି ଘଟଣାଟି ଘଟିବାପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖା ଦେଇଛି ଏବଂ ସାଥି ପିଲାମାନଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଆଡପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସ୍କା ସାଂସଦ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ପହଞ୍ଚି ମୃତ ପରିବାରକୁ ସମବେଦନା ଜଣାଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )
Next Post