ପାଟପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ଅମାନିଆଁ ସାବାଡ଼ ।

0 1,567

ସାନଖେମୁଣ୍ଡି, ୦୮/୦୭(ପିପିଟି); ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ମହାମାରୀ କରୋନା ବା କୋଭିଡ଼ ୧୯ ଏବେ ଆମ ଗଞ୍ଜାମ ମାଟିରେ ପ୍ରବେଶ କରି ଧୀରେ ଧୀରେ ଲୋକ ମାନଙ୍କ ଜୀବନ ନବାରେ ଲାଗିଛି । ଆମେରିକା ଭଳି ବିଶ୍ୱର ମହାଶକ୍ତିଶାଳୀ ଦେଶ ମଧ୍ୟ କରୋନା କବଳରୁ ବଞ୍ଚିପାରିନି । ସେଠି ଲୋକ ପୋକ ମାଛି ପରି ମରୁଛନ୍ତି । ଏଭଳି ପରିସ୍ଥିତିରେ ଲୋକ ମାନେ ସଚେତନ ହବା ଦରକାର । କାହିଁକି ନାଁ କରୋନା ଭଳି ଏକ ମାରାତ୍ମକ ରୋଗ ର ଭୟାବହକୁ ଲୋକ ମାନେ ବୁଝିପାରୁନାହାନ୍ତି ଏଣେ ତେଣେ ବିନା କାରଣ ରେ ବାହାରେ ବୁଲୁଛନ୍ତି । ଆମେରିକା ଆଜି ହାତ ଟେକିଦେଇଛି ଯଦି ଆମେ ବି ହାତ ଟେକିଦବାକୁ ଆଉ ବେଶି ସମୟ ନାହିଁ ଏଣୁ ଏବେ ବି ସମୟ ଅଛି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କରୋନା । ଦିନ ଥିଲା ଆମ ଗଞ୍ଜାମ ଜିଲ୍ଲାରେ ଗୋଟେ ବି କରୋନା ପଜିଟିଭ ନଥିଲା । ହେଲେ ଏବେ ପରିସ୍ଥିତି ଜଟିଳ ହୋଇପଡିଛି । ପ୍ରବାସୀ ମାନଙ୍କ ଆଗମନ ଏବଂ ଲୋକ ମାନଙ୍କ ବେଖାତିର ଯୋଙ୍ଗୁ ଆଜି ଆମେ ସମସ୍ତେ ଅସୁବିଧା ରେ ପଡ଼ିଚେ । ପ୍ରଶାସନ ନିୟମକୁ ବେଖାତିର କରି ବିନା କାରଣରେ ବାହାରେ ବୁଲିବା ଏବଂ ବିନା ମାସ୍କ ରେ ଯିବା ଏମିତି କରିବା ଦ୍ୱାରା କରୋନକୁ ଡାକିଆଣିବା ଭଳି । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆସନ୍ତା କାଲିଠୁ ୫ ଦିନିଆ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ କରୋନା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପାଟପୁର ପୋଲିସ ଏକ୍ସନ ମୋଡ଼ ରେ ଥିବା ଜଣାପଡିଛି । ପାଟପୁର ଥାନା ଅଧିକାରୀ  ଅଜୟ ବାରିକଙ୍କ ତତ୍ଵବଧାନ ରେ ଆଜି ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇଛି । ହେଲେ ବି ଲୋକ ମାନେ ସଚେତନ ନହୋଇ ବାହାରେ ବୁଲୁଥିଲେ । ଏମାନଙ୍କୁ ଧରି ଫାଇନ ଆଦାୟ କରାଯାଇଛି । କରୋନା ଯୋଦ୍ଧା ଆସ୍କା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ , ପାଟପୁର ଥାନା ଅଧିକାରୀ ଅଜୟ ବାରିକ ଏବଂ ଏସ ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ଉପସ୍ଥିତିରେ ଅମାନିଆଙ୍କୁ ସାବଡ଼,ଫାଇନ ଆଦାୟ ଏବଂ ନାକାବନ୍ଦୀ କରାଯାଇଥିଲା ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.