ପାଞ୍ଚ ଫୁଟ ଲମ୍ବର ଏକ ବିଷ ଧାର ନାଗ ସାପ ଉଦ୍ଧାର ।

0 1,277

ସାନଖେମୁଣ୍ଡି,(ପିପିଟି)୦୬/୦୬ , କରୋନା ଭୁତାଣୁ ବା କୋଭିଡ଼ ୧୯ ଏବେ ଓଡିଶା ରେ ସକ୍ରିୟ ଅଛି । ଏବେ ପର୍ଯ୍ୟନ୍ତ ଗୋଷ୍ଠି ସଂକ୍ରମଣ ହେଇନାହିଁ । ଭୁତାଣୁ ଦିନ କୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ ଏହାର କୌଣସି ଔଷଧ କିମ୍ବା ଟୀକା ଏବେ ପର୍ଯ୍ୟନ୍ତ ବାହାରି ନାହିଁ । ରାଜ୍ୟ ସରକାର ଏହାକୁ ଦୁଷ୍ଟିରେ ରଖି ୨ଦିନ ସଟ ଡାଉନ ଘୋଷଣା କରିଛନ୍ତି । ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥ ପୁର ଗ୍ରାମର ଗୌରାଙ୍ଗ ପ୍ରଧାନଙ୍କ ଘରୁ ପିପୁଲସ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଏକ ୫ ଫୁଟ ଲମ୍ବର ବିଷ ଧର ନାଗ ସାପ କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଆଜି ସଟ ଡାଉନ ଥିବାରୁ ସବୁ ରାସ୍ତା ଘାଟ ଶୂନ ଶାନ  ଥିଲା । ସାପଟି ଖାଦ୍ୟ ସନ୍ଧାନ ରେ ଘରେ ପସିଯାଇଥିଲା ଖରାବେଳ ସମୟ ଥିବାରୁ ଘର ର ଲୋକ ମାନେ ଖାଇକି ସୋଇଥିଲେ । ସାପର ଗର୍ଜନ ଶୁଣି ଘର ଲୋକ ମାନେ ଉଠି ଦେଖିଥିଲେ ସାପ କୁ । ସଙ୍ଗେ ସଙ୍ଗେ ପିପୁଲସ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ଖବର ପାଇ ପିପୁଲସ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ସୁଭମ କୁମାର ସାହୁ ଏବଂ ତାଙ୍କ ସହଯୋଗୀ ସୁଶାନ୍ତ କୁମାର ଚୌଧୁରୀ ଘଟଣା ସ୍ଥଳ ରେ ପହଞ୍ଚି ସାପ କୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ । ସଟ୍ ଡାଉନରେ ମଧ୍ୟ ଲୋକ ମାନଙ୍କୁ ସେବା ଯୋଗାଉଥିବା ପିପୁଲସ ହେଲ୍ପ ଲାଇନ ସଦସ୍ୟ ଶୁଭମ କୁମାର ସାହୁଙ୍କୁ ଲୋକ ମାନଙ୍କ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ରିପୋର୍ଟ :- ଆରତ କୁମାର ହୋତା ।

Leave A Reply

Your email address will not be published.