ପାକମାଳରେ ବିଜୁଳି ବିଭ୍ରାଟ ।

0 175

ପଦ୍ମପୁର,(ପିପିଟି ନ୍ଯୁଜ୍)୦୨/୦୪-କରୋନା ଭାଇରସ ରୋଗ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ କଡାକଡି ନିର୍ଦ୍ଦେଶ ଦିଆ ଯାଉଥିବା ବେଳେ ଅ ସମୟରେ ବିଦ୍ଯୁତ୍ କାଟ ଓ ବାରମ୍ବାର ବିଦ୍ଯୁତ୍ ବିଭ୍ରାଟ ଜନ ଜୀବନକୁ ଅସ୍ତ ବ୍ଯସ୍ତ କରି ଦେଉଛି।  ବରଗଡ଼ ଜିଲ୍ଲାର ପାଇକମାଳ ବିଦ୍ଯୁତ୍ ସଡକ ଡିଭିଜନ ମାଣ୍ତୋସିଲ, ପାଇକମାଳ,ଝିଟିକି ପ୍ରଭୃତି ଅଞ୍ଚଳରେ ପ୍ରଥମେ ସକାଳ ସାଢେ ୫ଟାରୁ ୭ଟା ପର୍ଯ୍ଯନ୍ତ, ଦିନ ସାଢେ ୧୨ଟାରୁ ଅପରାହ୍ନ ୨ଘ ୩୦ ମି ପର୍ଯ୍ଯନ୍ତ ପାୱାର କଟ ହେଉଥିବା ବେଳେ ଏହାବାଦ ବିଭିନ୍ନ ସମୟରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ଯୁତ୍ କାଟ ହେଉଛି।  ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ୪୦ ଡିଗ୍ରୀ ତାପମାତ୍ରା ରେ ଦ୍ବିପହର ରେ ୨ ଘଣ୍ଟା ପାୱାର କଟ ଲୋକଙ୍କୁ ନର୍କ ଯନ୍ତ୍ରଣା ସଦୃଶ ହେଉଛି।  ଗୋଟିଏ ପଟେ କରୋନା ରୋଗ ଯୋଗୁଁ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରୁ  ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଉ ଥିବା ଓ ଯିଏ ଘରୁ ବାହାରିଲା ପୁଲିସ ଠାରୁ ନିର୍ଘାତ ମାଡ ଖାଉଥିବା ବେଳେ ଦିନ ଦ୍ବିପହର ରେ ବିଦ୍ଯୁତ୍ ଅଭାବରୁ ଦୁଇ ତିନି ଘଣ୍ଟା ଧରି ଲୋକେ ପିଲା ଛୁଆଙ୍କୁ ଧରି ଘରେ କିପରି ଦୟନୀୟ ଭାବେ ଚଳୁଥିବେ ତାହା ସହଜରେ ଅନୁମେୟ । ଏହାର ପ୍ରତିକାର ପାଇଁ କେହି ବି ଏପରିକି କୌଣସି ନିର୍ବାଚିତ ଜନ ପ୍ରତିନିଧି ମାନେ ସ୍ବର ଉତ୍ତୋଳନ କରୁ ନାହାନ୍ତି। ଫଳରେ ବିଦ୍ଯୁତ୍ ବିଭାଗର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।  ତେଣୁ ଜିଲ୍ଲାପାଳ ଏ ଦିଗରେ ଆଶୁ ପଦକ୍ଷେପ ନେବାକୁ ଜଣେ ସଚେତନ ବିଦ୍ଯୁତ ଗ୍ରାହକ ବନବସ ସାହୁ ଦାବି କରିଛନ୍ତି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

ReplyForward
Leave A Reply

Your email address will not be published.