ମାଲକାନଗିରି,୦୪/୧୨(ପିପିଟି):ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା ନହେବାରୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତିା ପ୍ରାପ୍ତ ସୂଚନା ଅନୁସାରେ ଗତ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳର ଉନ୍ନତି ନିମନ୍ତେ ସ୍ୱତନ୍ତ୍ର ପଲ୍ଲୀସଭା ଓ ଗ୍ରାମ ସଭା ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବାର ବ୍ଯବସ୍ଥା ରହିଛିା ଏହି ସମୟରେ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରା ଯାଇ ଏହାର ସମାଧାନ କରଯିବା ଲାଗି ସରକାରଙ୍କ ନିୟମ ରହିଛିା ତେବେ ଗୌଡଗୁଡା ଗ୍ରାମ ପଞ୍ଚାୟତରେ ପଲ୍ଲୀସଭା କିମ୍ବା ଗ୍ରାମସଭା ହୋଇ ନଥିବା ଅଭିଯୋଗ ହୋଇଛିା ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମର ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ବିଭିନ୍ନ ସମସ୍ୟା ରହିଛି । ତେବେ ସରକାରଙ୍କ ନିୟମକୁ ବେଖାତିର କରିବା ଯୋଗୁଁ ଗ୍ରାମବାସୀ ମାନେ ମାଲକାନଗିରି ଜିଲ୍ଲାପାଳଙ୍କୁ ନିକଟରେ ଫେରାଦ ହୋଇଛନ୍ତି । ଚଳିତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ତରଫରୁ ମିଶନ ଅନ୍ତୋଦୟ ମାଧ୍ୟମରେ ସ୍ୱତନ୍ତ୍ର ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କରାଯିବା କାର୍ଯ୍ୟକ୍ରମ ରହଥିଲେ ମଧ୍ଯ ଏହା କିପରି କରା ଯାଇନାହିଁ ବୋଲି ଏମ୍.ଭି-୧୦ ଗ୍ରାମର ୱାର୍ଡମେମ୍ବର ସୁରେଶ ମିସ୍ତ୍ରୀ, ନିରଞ୍ଜନ ଗାଇନ ତଥା ଅନ୍ୟାନ୍ୟ ଗ୍ରାମବାସୀ ଏବଂ ଏମ୍.ଭି-୧୧ ଗ୍ରାମର ମଧୁସୂଦନ ବାରୋଇ, ବିପୁଳାନନ୍ଦ ବିଶ୍ୱାସ, ତଥା ଅନ୍ୟାନ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଗ୍ରାମଞ୍ଚଳରେ ପଲ୍ଲୀସଭା ଓ ଗ୍ରାମସଭା କରା ଯିବା ନିମନ୍ତେ ଗ୍ରାମବାସୀ ମାନେ ଦାବି କରିଛନ୍ତିା ଏ ସମ୍ପର୍କରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ଏହାର ତଦନ୍ତକରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post