ଯାଜପୁର,୦୭/୧୨(ପିପିଟି) : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ । ୧୦୪ ବର୍ଷ ବୟସରେ ଆଜି ଅପରାହ୍ନ ୧ ଟା ୨୮ ମିନିଟରେ ଭୁବନେଶ୍ୱରର ଏକ ପ୍ରାଇଭେଟ ହସ୍ପିଟାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ଦେହାନ୍ତ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ପ୍ରଥମେ ସୂଚନା ଦେଇଥିଲେ । ଚାଟଶାଳୀରେ ପିଲାଙ୍କୁ ମାଗଣାରେ ଦୀର୍ଘ ବର୍ଷ ଧରି ପାଠ ପଢ଼ାଇ ଚର୍ଚ୍ଚାରେ ଥିଲେ ନନ୍ଦ ସାର । ଦୀର୍ଘ ବର୍ଷ ଧରି ସମାଜକୁ ନିସ୍ଵାର୍ଥପର ସେବା ଓ ଶିକ୍ଷା କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ନଭେମ୍ବର ୭ ତାରିଖରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଉ ଏହି ସମୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ଉପରେ ନନ୍ଦ ସାରଙ୍କ ଆଶୀର୍ବାଦର ହାତକୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଜୋର ଧରିଥିଲା । ନନ୍ଦ ସାରଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ,ବିଧାୟକ ପ୍ରଣବ ପ୍ରକାଶ ଦାସ,ବିଧାୟକ ପ୍ରୀତିରଞ୍ଜନ ଘଡେଇ, ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର,ସମାଜସେବୀ ମୋହନ ମହାରଣା,ଇଂ ଅରୁଣ ପଟ୍ଟନାୟକ, ସମେତ ବହୁ ବିଶିଷ୍ଟ ଲୋକ ଶୋକ ବ୍ୟକ୍ତ କରିଛନ୍ତି ।