ପଦ୍ମପୁର ଏନ୍ଏସିର ୭ ନମ୍ବର ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ।

0 406

ପଦ୍ମପୁର ,୧୯/୦୭(ପିପିଟି); ସହର ଗୁଡିକ ରାତ୍ରି ସମୟରେ ଆଲୋକିତ ହେବ ବୋଲି ସରକାର ବିଭିନ୍ନ ସହରର ରାସ୍ତା ତଥା ସମସ୍ତ ଗଳିକନ୍ଦିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ ଏଗାର ଗୋଟି ଓ୍ବାର୍ଡରେ ଆଲୋକିକରଣ ପାଇଁ ଲାଇଟ ଲଗାଇ ଛନ୍ତି । ଏନ୍ଏସି ସାତ ନମ୍ବର ଓ୍ବାର୍ଡର ଅମଲିପାଲି ଅଞ୍ଚଳ ସହରଠୁ ଟିକେ ଦୂରରେ ରହିଛି । ସେଠାକୁ ମଧ୍ୟ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା । ହେଲେ ଏନ୍ଏସିର କ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ଷ୍ଟ୍ରିଟ ଲାଇଟ ଗୁଡିକ ଆଉ ଜଳୁନାହିଁ । ଲାଇଟ ଖୁଣ୍ଟ ଗୁଡ଼ିକ ଅର୍ଧ ମସ୍ତକ ଭାବରେ ପଡିରହିଛି । କିଛି ଖୁଣ୍ଟରେ ହିଁ ବଲବ ଗୁଡିକ ରହିଛି । କେତେକ ଜାଗାରେ ବିଦ୍ୟୁତ ତାର ଛିଣ୍ଡି ତଳେ ପଡି ରହିଛି । ସରକାର ସହରକୁ ଆଲୋକିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବିଭାଗୀୟ ଅଧିକାରୀଙ୍କ ଏହି ଖାମଖିଆଲି ମନୋଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହେଇପାରୁ ନାହିଁ। ବିଭାଗୀୟ ଅଧିକାରୀ ଏହା ପ୍ରତି ଧ୍ୟାନ ଦେଇ ଏହି ଷ୍ଟ୍ରିଟ୍ ଲାଇଟ୍ ଲଗାଇବାର ସୁ-ବ୍ୟବସ୍ଥା କରନ୍ତୁା କାରଣ ବର୍ଷା ମାସକୁ ଆଖି ଆଗରେ ରଖି ଏନ୍ଏସି କତ୍ତୃପକ୍ଷ ଏ ସବୁ ପ୍ରତି ଧ୍ୟାନ ଦେବାକଥା ହେଲେ ପଦ୍ମପୁରରେ ତାହା ପ୍ରାୟତଃ ବ୍ୟତିକ୍ରମ ଦେଖାଦିଏ । ବର୍ଷାଋତୁରେ ଏ ଅଞ୍ଚଳରେ କିଟିକିଟି ଅନ୍ଧକାର ହେତୁ ବିଭିନ୍ନ ପ୍ରକାରର ବିଷାକ୍ତ ସର୍ପ ଦେଖାଦେଇ ଥାଆନ୍ତି । ଏଣୁ ତୁରନ୍ତ ପ୍ରତିକାର ପୂର୍ବକ ଯୁଦ୍ଧକାଳିନ ଭିତ୍ତିରେ ତୁରନ୍ତ ସହରାଞ୍ଚଳର ଅମଲିପାଲି ଅଞ୍ଚଳ ତଥା ସହରାଞ୍ଚଳକୁ ଆଲୋକିତ କରିବା ପାଇଁ ଜନସାଧାରଣ ରେ ପ୍ରବଳ ଦାବି ହେଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.