ପଦ୍ମନାଭପୁର ପଞ୍ଚାୟତରେ ବୈଠକ ।

0 185

ଦିଗପହଣ୍ଡି ,(ପିପିଟି ନ୍ଯୁଜ୍)୨୪/୦୪- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ରେ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଙ୍ଗନବାଡି ସୁପରଭାଇଜର ଇନ୍ଦିରା ମହାପାତ୍ର , ପି. ଇ. ଓ ଗୌରାଙ୍ଗଚରଣ ଲେଙ୍କା , ଜି.ର.ଏସ. ସନ୍ତୋଷ ପାତ୍ର , ସିମାଞ୍ଚଳ ପାତ୍ର , ୱାର୍ଡ ସଭ୍ୟ ବସନ୍ତକୁମାର ନାୟକ , ଏଏନଏମ ଭାଗ୍ୟଲତା ଦୋରା , ଲଷ୍ମୀ ବିଷୋୟୀ , ଏବଂ ସମସ୍ତ ଅଙ୍ଗନବାଡି, ଆଶା କର୍ମୀଉପସ୍ଥିତ ଥିଲେ । ପଞ୍ଚାୟତ କୁ ୫୦୦ରୁ ଅଧିକା ଲୋକ ଆସିବାକୁ ଥିବାରୁ ସମସ୍ତ ବିଦ୍ୟାଳୟକୁ କରୋନଟାଇନ୍ ସେଣ୍ଟର ଘୋଷଣା କରାଗଲା । ପ୍ରତି ଗ୍ରାମରେ ସ୍ବେଛାସେବୀ ଗଠନ କରିବା ସ୍ଥିର କରାଗଲା । ସମସ୍ତ ବିଦ୍ୟାଳୟ ର ଯାହା ଆବଶ୍ୟକ ତାକୁ ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ନିଆଗଲା. ସମସ୍ତ ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ଏଏନଏମ  ପୂର୍ଣ୍ଣ ରୂପେ କରୋନା କାର୍ଯ୍ୟକ୍ରମରେ ସହଯୋଗ କରୁଥିବାରୁ ସମସ୍ତଙ୍କୁ ସରପଞ୍ଚ ଧନ୍ୟବାଦ ଦେଇଥିଲେ, ଆଗାମୀ ଦିନରେ କରୋନାକୁ ପଞ୍ଚାୟତରେ ପୁରାଇ ନ ଦେବା ପାଇଁ ସମସ୍ତେ ଶପଥ ନେଇଥିଲେ ।
ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.