ଦିଗପହଣ୍ଡି ,(ପିପିଟି ନ୍ଯୁଜ୍)୨୨/୦୪- ସମଗ୍ର ବିଶ୍ଵ ଏବେ କରୋନା ମହାମାରୀକୁ ନେଇ ଆତଙ୍କିତ ରହିଥିବା ବେଳେ ଦେଶ ତଥା ରାଜ୍ୟରେ ଗତ ମାର୍ଚ୍ଚ ୨୩ ତାରିଖ ମଧ୍ୟରାତ୍ର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ରହିଛି । ଏହି ଅବସରରେ ଆଗାମୀ ଦିନ ଗୁଡ଼ିକରେ କରୋନାର ସଫଳ ମୁକାବିଲା କରିବା ପାଇଁ ଏପ୍ରିଲ ୧୯ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ପ୍ରଦାନ କରିଥିଲେ । ଏନେଇ ମଙ୍ଗଳବାର ପୂର୍ବାହ୍ନରେ ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିବା କରୋନା କଟକଣା ପ୍ରସ୍ତାବକୁ ସ୍ଥାନୀୟ ସରପଞ୍ଚ ମାନେ ମାନି ନେବା ସହିତ ଜନ ସାଧାରଣ ସରପଞ୍ଚଙ୍କ କଥା ମାନି ଚଳିବା ସହ ଏହି କଟକଣାକୁ ସୁଚାରୁରୂପେ ପାଳିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହ ରାଜ୍ୟ ବାହାରୁ ଆସିବାକୁ ଥିବା ସମସ୍ତ ପଞ୍ଚାୟତବାସୀଙ୍କ ତାଲିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ , ଗ୍ରାମରେ ରହୁଥିବା ଯେ କୌଣସି ଘରକୁ ଅତିଥି କିମ୍ବା ଘରଲୋକ ବାହାର ରାଜ୍ୟରୁ ଆସିଲେ ପଞ୍ଚାୟତକୁ ଜଣାଇବା ବାଧ୍ୟତାମୂଳକ ନଚେତ ପଞ୍ଚାୟତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ଘରୁ ବାହାରକୁ ବାହାରିବା ସମୟରେ ମାକ୍ସ ପିନ୍ଧିବା ଜରୁରୀ , ଅତି ଆବଶ୍ୟକ ସାମଗ୍ରୀ ଆଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା , ବିନା କାରଣରେ ବାଇକରେ ନ ବୁଲିବା , ନିତ୍ୟ ବ୍ୟବହାର ଜିନିଷ ଉଚିତ ଦରରେ ବିକ୍ରି କରିବାକୁ ବ୍ୟବସାୟୀ ମାନଙ୍କ ପରାମର୍ଶ , ଯେଉଁମାନେ ରାଜ୍ୟ ବାହାରୁ ଆସିବେ ସେମାନେ ପଞ୍ଚାୟତ ସଙ୍ଘରୋଧ ଗୃହରେ ୧୪ ଦିନ ରହିବା ଏବଂ ପଞ୍ଚାୟତରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଯଦି କୌଣସି ବ୍ୟକ୍ତି ନିୟମକୁ ଉଲ୍ଲଂଘନ କରେ ତେବେ ପଞ୍ଚାୟତ ପକ୍ଷରୁ ଦଣ୍ଡିତ ହେବେ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକରେ ଜିପିଇଓ ଇନଚାର୍ଜ ଉମେଶ ସେଠୀ , ସମିତି ସଭ୍ୟ ସୁଶାନ୍ତ ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରାଙ୍ଗ ଲେଙ୍କା , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ , ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର, ଏମ୍ ଜିଏନଆରଇଜିଏସ୍ ସହାୟକ ସିମାଞ୍ଚଳ ପାତ୍ର , ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ- ରବିକୁମାର ଶର୍ମା ।