ପଟିଲୋ ପଞ୍ଚାୟତରେ ଦ୍ବିତୀୟ ସଙ୍ଗରୋଧ କେନ୍ଦ୍ର ଖୋଲାଗଲା ।

0 162

ଜଗତସିଂହପୁର (ପିପିଟି ନ୍ଯୁଜ୍)୨୪/୦୫/-ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତ ର ମହିଳୋ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ବିତୀୟ ସଙ୍ଗରୋଧ କେନ୍ଦ୍ର ନିକଟସ୍ଥ ଆଏମାଧୋତି ଉ:ପ୍ରା: ବିଦ୍ୟାଳୟ ରେ ଖୋଲାଯାଇଛି । ଏହିଠାରେ ୧୦ ଜଣ ପୁରୁଷ ଓ ୫ ଜଣ ମହିଳା ଅନ୍ତେବାସୀ ଅଛନ୍ତି ।  ମହିଳୋ ହାଇସ୍କୁଲ ରେ ୪୬ ଜଣ  ଅନ୍ତେବାସୀ ବର୍ତ୍ତମାନ ରହୁଥିବା ବେଳେ ୮ ଜଣ ଏଠାରୁ ୧୫ ଦିନର ସଙ୍ଗରୋଧ ସମୟସୀମା ପୂରଣ କରି ନିଜ ଘରକୁ ଗଲେଣି । ଆଜି ସନ୍ଧ୍ୟା ସୁଦ୍ଧା ଆଉ ୮ ଜଣ ଆସି ପହଁଚୁଥିଵାରୁ ତୃତୀୟ ସଙ୍ଗରୋଧ କେନ୍ଦ୍ର ପାଇଁ ପଞ୍ଚାୟତ ଅଫିସ୍ ନିକଟସ୍ଥ ରାଜୀବ ନିର୍ମାଣ ଭବନର  ପ୍ରସ୍ତୁତି ଶେଷ ହୋଇ ସାରିଥିବା ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥଙ୍କ ଠାରୁ ଜଣାପଡିଛି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।Attachments area

Leave A Reply

Your email address will not be published.