ନ୍ଯୁଜ୍ 7ର କ୍ଯାମେରା ମେନ ରାଜୁ ନାୟକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ।

0 241

ଫୁଲବାଣୀ,୧୨/୦୮(ପିପିଟି); ଫୁଲବାଣୀ ନ୍ୟୁଜ 7 ର କ୍ୟାମେରା ମେନ ରାଜୁ ନାୟକଙ୍କର ଆଜି ଏକ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେ ଖଜୁରିପଡାରୁ ଫୁଲବାଣୀ ବାଇକରେ ଫେରୁଥିବା ବେଳେ ସମ୍ବେରଗଡା ବାଙ୍କ ଠାରେ ଗାଡିର ଭାର ସାମ୍ୟ ହରାଇ ଏକ ଗଛରେ ବାଡେଇ ହେଇଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଜଣେ ମେଳାପୀ ଓ କର୍ତ୍ତବ୍ୟନିଷ୍ଟ ଯୁବକ ଥିଲେ । ତାଙ୍କରି ମୃତ୍ୟୁ ଖବର ପ୍ରଚାର ହେବା ପରେ ଜିଲ୍ଲାର ସାମ୍ବାଦିକ ମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଥିଲା । ପରେ ତାଙ୍କ ଶବକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରି ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଥିଲେ ପୋଲିସ । ତାଙ୍କର ଅନ୍ତିମ ସଂସ୍କାର ପାଇଁ ଫୋରେଷ୍ଟ କର୍ପୋରେସନ ଠାରୁ ଫୋରେଷ୍ଟ ରେଞ୍ଜ ଅଫିସ ପର୍ଯ୍ୟନ୍ତ କାଠ ପାଇଁ ଫୁଲବାଣୀ ଗଣମାଧ୍ୟମ ସବୁ ଚେଷ୍ଟା ସାରିଥିଲେ ମଧ୍ୟ ସବ ଦାହ ପାଇଁ କାଠ ନ ମିଳିବାରୁ ଫୁଲବାଣୀ ଗଣମାଧ୍ୟମ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ପୋଲିସ,ଆରାଇ ତାଙ୍କର କିଛି ପଡିଥିବା ଶୁଖିଲା କାଠକୁ ଦେଇ ସହାୟତା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପହଞ୍ଚି ପରିବାରକୁ ସାନ୍ତନା ଦେବା ସହ ୧୦,୦୦୦ ଟଙ୍କା ସହାୟତା ଘୋଷଣା କରିଥିଲେ । ଫୁଲବାଣୀ ପ୍ରେସ କ୍ଲବ ସମ୍ପାଦକ ଅଜିତ ମହାରଣା , ଜିଲ୍ଲା ମିଡିଆ ଫୋରୋମ ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ସାମ୍ବାଦିକ ଓ ଜିଲ୍ଲାର କ୍ୟାମେରା ମେନ ପହଁଚି ଶେଷ ଦର୍ଶନ କରିଥିଲେ । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.