ନୃତ୍ୟମ୍ ଅନୁଷ୍ଠାନର ଅଭିନବ ପ୍ରୟାସ ଅନଲାଇନ ସଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ।

0 720

ହିଞ୍ଜିଳିକାଟୁ,(ପିପିଟି ନ୍ଯୁଜ୍) ୨୪/୦୬:ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ପୌରାଂଚଳର ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟମ ପକ୍ଷରୁ ଲକଡ଼ାଉନ ସମୟରେ ଜନସାଧାରଣଙ୍କ ଚିତବିନୋଦନ ସକାଶେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭିନବ ପ୍ରୟାସ କରାଯାଇଛି । ଅନଲାଇନ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ସଂପୃକ୍ତ ଅନୁ୍‌ଠାନର କୁନୁ କୁନି କଳାକାର ମାନଙ୍କୁ ନେଇ ଓଡ଼ିଶୀ, ଭଜନ ଓ ଲୋକକଳାକୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । କୁନି କଳାକାର ସ୍ମୃତିପ୍ରଜ୍ଞା ପାଠି, ଶୁଭଶ୍ରୀ ସାହୁ, ଇ. ସଂଚିତା ପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସାଇସ୍ମୃତି, ସୋନମ, କାଜଲ ବେହେରା, ବିଜୟା ପାତ୍ର ଓ ଆଶୁତୋଷ ଦଳାଇ ଲୋକକଳା ନୃତ୍ୟ ପରିବେଷଣ କରିଥିଲେ । ସ୍ଥାନୀୟ ଅଂଚଳର ସୁନାମଧନ୍ୟ କଣ୍ଠଶିଳ୍ପୀ ସଚ୍ଚିକାନ୍ତ ମିଶ୍ର ଭଜନ ପରିବେଷଣ କରିଥିଲେ ।ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ରଞ୍ଜନ କୁମାର ସାହୁ ସଂଯୋଜନା କରିଥିଲେ । ଅନୁଷ୍ଠାନର ଏଭଳି ପ୍ରୟାସକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ବେଶ୍ ପ୍ରଂଶସା କରିଛନ୍ତି । କାର୍ଯ୍ୟକ୍ରମକୁ ଶ୍ରୀନୁ ପାତ୍ର, ପ୍ରଭାତ ମହାରଣା, ମୁନା ଭାଇ,ଗୋପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.