ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ ।

0 421

ବୌଦ୍ଧ,(ପିପିଟି)୦୬/୦୬, ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ନେଇ ଯଥା କୋଭିଡ ୧୯ରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୫୦୦ ଟଙ୍କା ସହାୟତାରୁ ବଞ୍ଚିତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ,୨୦୧୯-୨୦ଶିକ୍ଷା ବର୍ଷର ଶିକ୍ଷା ସହାୟତା ରାଶି ତୁରନ୍ତ ପ୍ରଦାନ ବ୍ୟବସ୍ଥା ,ପୂର୍ବରୁ ମଞ୍ଜୁର ହୋଇ ବର୍ଷ ବର୍ଷ ଧରି ସହାୟତା ପାଇନଥିବା ଶ୍ରମିକଙ୍କୁ ତୁରନ୍ତ ମଞ୍ଜୁର ରାଶି ପ୍ରଦାନ,ବିବାହ ମୃତ ପ୍ରସୁତୀ ,ଯନ୍ତ୍ରପାତି କ୍ରୟ ସହାୟତା,ପୂର୍ବରୁ ଟ୍ରେନିଂ ନେଇସାରିଥିବା ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ ,୨୦ଟଙ୍କିଆ ରସିଦ ପାଇ ପଞ୍ଜୀକରଣ ପ୍ରମାଣପତ୍ର ପାଇନଥିବା ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ , ପ୍ରଭୃତି ଦାବୀରେ ଆଜି ବୌଦ୍ଧ ଜିଲ୍ଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଶ୍ରମିକ ନେତା ଅବକାଶ ସାହୁ,ପ୍ରଭାତ ମଟାଲି, ଅର୍ଜୁନ ରଣା,ଦିଲ୍ଲିପ କୁମାର ବସ୍ତିଆ ପ୍ରମୁଖ ଜିଲ୍ଲା ଶ୍ରମଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ତୁରନ୍ତ ଦାବୀ ପୁରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ନହେଲେ ଚଳିତ ଜୁନ ୨୫ତାରିଖରୁ ଜିଲ୍ଲାଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୁରଣ ପର୍ଯ୍ୟନ୍ତ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.