ନିର୍ବାହୀ ଅଧିକାରୀଙ୍କ ନାମରେ ଆସିଲା ଆଉ ଏକ ସଙ୍ଗୀନ୍ ମାମଲା, ଅଭିଯୋଗ ଆଣିଲେ ଏନ୍.ଏ.ସି ର ମହିଳା କର୍ମଚାରୀ ।

0 356

ବେଲଗୁଣ୍ଠା-୨୯/୦୫-ବୁଧବାର ଦିନ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ୍ ତ୍ରିପାଠୀ  ତାଙ୍କ ଅଧିନସ୍ଥ କନିଷ୍ଠ ଯନ୍ତ୍ରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଏକ ମିଥ୍ୟା ବିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେ ମନା କରିବାରୁ ତାଙ୍କୁ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ସାହାସ ଜୁଟାଇ ବୁଧବାର ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେବାପରେ ପୋଲିସ ଏହାର ସତ୍ୟାସତ୍ୟ ଯାଞ୍ଚ କରିଥିଲା ।ଏହାର ସତ୍ୟତା ଥିବା ଜାଣିବାପରେ ପୋଲିସ ନିର୍ବାହୀ ଅଧିକାରୀ ସୁନୀଲ ତ୍ରିପାଠୀଙ୍କ ବିରୋଧରେ ୨୫୮/୨୦ ରେ ଏକ ମାମଲା ରୁଜ୍ଜୁ କରିଥିଲା ।ଏହାର ୧୨ ଘଣ୍ଟା ନପୁରୁଣୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଉ ଜଣେ ମହିଳା କର୍ମଚାରୀ ତଥା ଗୋଷ୍ଠୀ ସଙ୍ଗଠିକା ପ୍ରତିମା କୁମାରୀ ସାହୁ ସୁନୀଲ୍ ତ୍ରିପାଠୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ଗୁରୁବାର ଦିନ  ଏତାଲା ଦାୟର କରିଥିଲେ ।ସେ ଏତାଲାରେ ଦର୍ଶାଇ ଥିଲେ ଯେ,ଏପ୍ରିଲ ପ୍ରଥମ ସପ୍ତାହରେ କରୋନା ମହାମାରୀ ପାଇଁ ଆସୁଥିବା ପ୍ରବାସୀଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ପାଇଁ ଆବଶ୍ୟକୀୟ କିଣା ଯାଇଥିବା ଜିନିଷପତ୍ର ଏକ ମୋଟା ଅଙ୍କର ମିଥ୍ୟା ବିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ଷ୍ଟକ୍ ଯାଞ୍ଚ କଲାପରେ ମୁଁ ଜାଣିବାକୁ ପାଇଲି ଯେ ଜିନିଷ କିଣା ନ ଯାଇ ଏକ ମିଥ୍ୟା ବିଲ୍ କରି ଟଙ୍କା ଆତ୍ମସାତ କରିବା ପାଇଁ ଚାପ ପକାଉଛନ୍ତି ।କିନ୍ତୁ ଏହା କରିବା ପାଇଁ ମୁଁ ରୋକ୍ ଠୋକ ମନା କରିଥିଲି ।ଏହାପରେ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ଉତକ୍ଷିପ୍ତ ହୋଇ ମୋର ଚୁଟି ଓ କାନି ଟାଣି ଧକ୍କା ମାରିବା ସହ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତୋର ଗୁପ୍ତାଙ୍ଗରେ ହାତ ମାରି ବୁଲାଇ ଛାଡିଦେବି ତୁ ମୋର କିଛି କରିପାରିବୁ ନାହିଁ ବୋଲି ଧମକ ଦେଇଥିଲେ ।ଏହାକୁ ନେଇ ସେ ଏପ୍ରିଲ ୧୦ ତାରିଖରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ,ଛତ୍ରପୁର ଓ ଗୃହ ଓ ନଗର ଉନ୍ନୟନ ବିଭାଗ,ଯୁଗ୍ମ ସଚିବଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା ।କିନ୍ତୁ ବୁଧବାର ଦିନ ପୋଲିସ କନିଷ୍ଠ ଯନ୍ତ୍ରୀଙ୍କ ଏତାଲା ଗ୍ରହଣ କରିବା ପରେ ସେ ସାହାସ ଜୁଟାଇ ନିଜ ସ୍ୱାମୀଙ୍କ ସହ ଆସି ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ ।ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଏତାଲାକୁ ଗ୍ରହଣ କରି ୨୬୧/୨୦ ସେକ୍ସନ ୩୪୧,୨୯୪,୩୫୪(ବି),୫୦୬ ଓ ୫୦୯ ଧାରାରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।ବୁଧବାର ଦିନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।ପ୍ରକାଶ ଥାଉ କି,ନିର୍ବାହୀ ଅଧିକାରୀ ସୁନୀଲ କୁମାର ତ୍ରିପାଠୀ ଦୀର୍ଘ ୬ ବର୍ଷ ହେଲା ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି ।ବିଭିନ୍ନ ସାଧାରଣ ନିର୍ବାଚନ ସମୟରେ ନିଜ ଜିଲ୍ଲାରେ ଅଧିକାରୀ ମାନେ ରହିବା ବାରଣ ଥିବା ବେଳେ ଶ୍ରୀ ତ୍ରିପାଠୀଙ୍କ ଘର ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଠାରେ ।ଗୋଟିଏ ବ୍ଳକର ବୋଲି ବେଲଗୁଣ୍ଠା ଏନ୍.ଏ.ସିରେ।କାର୍ଯ୍ୟ କରୁଥିବାରୁ କିଛି ସ୍ଥାନୀୟ ଅସାଧୁ ବ୍ୟକ୍ତିଙ୍କ ସହାୟତାରେ ନିର୍ବାଚିତ କାଉସିଲର ମାନଙ୍କୁ ମଧ୍ୟ ଧମକାଇ ମନମୁଖୀ କାର୍ଯ୍ୟ କରିଆସୁଛନ୍ତି ।କୌଣସି କର୍ମଚାରୀ ପ୍ରତିବାଦ କଲେ ସସପେଣ୍ଡ କରିବା ଭୟ ଦେଖାଇ କାର୍ଯ୍ୟ ହାସଲ କରିଆସୁଛନ୍ତି ।ସେ ଏଠାରେ ଯୋଗ ଦେବା ପରଠାରୁ ଏନ୍.ଏ.ସିର କଲ୍ୟାଣ ମଣ୍ଡପରେ ଥିବା ଲକ୍ଷ୍ମୀ ନାରାୟଣ ପାଠାଗାରେ ରହିଆସୁଛନ୍ତି ।କିନ୍ତୁ ଘର ଭଡା ବାବଦକୁ ପରିଷଦରୁ ପ୍ରାୟ ୫୦୦୦ ଟଙ୍କା ନିଜେ ଦସ୍ତଖତ କରି ନେଉଛନ୍ତି ।ଯାହାକି ୬ ବର୍ଷରେ ପ୍ରାୟ ୩୫୦୦୦୦ ଟଙ୍କା ମିଛ ବିଲ୍ କରି ନେଇସାରିଲେଣି ।ବେଲଗୁଣ୍ଠା ଏନ୍.ଏ.ସିର ଆଦାୟ।ହେଉଥିବା ଟିକସ ଅର୍ଥ ୬।ବର୍ଷରେ ପ୍ରାୟ ୩ କୋଟି ଟଙ୍କା ମିଥ୍ୟା ବିଲ୍ କରି ଆତ୍ମସାତ କରିଥିବା ପରିଷଦର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।ଶ୍ରୀ ତ୍ରିପାଠୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ କାର୍ଯ୍ୟକାଳ ଭିତରେ ହୋଇଥିବା ଅର୍ଥ କାରବାରକୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଇବା ପାଇଁ ବେଲଗୁଣ୍ଠା ବିକାଶ ପରିଷଦର ସଭାପତି ଡି.ଗଗନ ବିହାରୀ ବିନ୍ଧାଣିରା ଦାବି କରିଛନ୍ତି ।ନିର୍ବାହି ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫେରାର୍ ହୋଇଯାଇଥିବା ଏବଂ ତାଙ୍କର ମୋବାଇଲ ବନ୍ଦ ଥିବାରୁ ପ୍ରତିକ୍ରିୟା ମିଳାପାରିନାହିଁ ।
ରିପୋର୍ଟ – ଶିବରାମ ଚୌଧୁରୀ

Leave A Reply

Your email address will not be published.