ନିଜ ଖର୍ଚ୍ଚରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ।

0 127

ଉଲୁଣ୍ଡା,(ପିପିଟି ନ୍ଯୁଜ୍)୧୮/୦୫,  ଲାକଡାଉନ ଯୋଗୁଁ  ତାମିଲନାଡୁର ନାମକୋଲ ଜିଲ୍ଲାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲ୍ଲାର ୪୫ ଜଣ ଶ୍ରମିକ ଏବେ ଫେରୁ ଥିବାର ଜଣାପଡିଛି ।ଆଜି ରାତି ସୁଦ୍ଧା ସେମାନେ ସମ୍ବଲପୁରକୁ ପହଂଚିଯିବେ ବୋଲି ସେମାନେ ସେମାନଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା, ଲିମ୍ବପାଲି,କୋଟସମଲାଇ ଗ୍ରାମର ଏହି ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ପଞ୍ଜିକରଣ କରିଥିଲେ  ମଧ୍ୟ ସରକାରଙ୍କ ତରଫରୁ ବସ ଟ୍ରେନ ପ୍ରଚଳନ ସୁବିଧା ସବୁ ଏମାନଙ୍କ ପାଖରେ ପହଂଚି ପାରିନାହିଁ । ଶେଷରେ ସବୁ ସ୍ତରରେ ଉଦ୍ୟମ କରି ନିରାଶ ହୋଇ ନିଜ ସଞ୍ଚିତ ଅର୍ଥରୁ ଖର୍ଚ୍ଚ କରି ତାମିଲନାଡୁ ରୁ ବସ ଭଡ଼ାକରି ଫେରିବାକୁ ବାଧ୍ୟ ହୋଇଛନ୍ତି ।ନିଜ ପରିବାରବର୍ଗଙ୍କୁ ଦେଇଥିବା ସୁଚନା ମୁତାବକ ଶ୍ରମିକମାନେ ସେଠାରେ ଲାକଡାଉନ ଯୋଗୁଁ କର୍ମସଂସ୍ଥାନ ହରାଇ ଭୋକ ଉପାସରେ ରାହୁଥିବାବେଳେ ନିଜ ସଞ୍ଚିତ ଅର୍ଥରୁ ଜଣ ପିଛା ୫ହଜାର ୫ଶହ ଲେଖାଏଁ ବସ ଭଡା ଦେଇ ଘରକୁ ଫେରୁଛନ୍ତି ।କାରଖାନା ମାଲିକଙ୍କ ସହଯୋଗରେ ତାମିଲନାଡୁ ପୋଲିସ ଶ୍ରମିକମାନଙ୍କୁ ସମ୍ବଲପୁର ପର୍ଯ୍ୟନ୍ତ ବସ ଯୋଗେ ଆସିବ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ଏହି ଶ୍ରମିକମାନଙ୍କୁ ସମ୍ବଲପୁରରୁ ଆଣିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପାଖରେ ଶ୍ରମିକଙ୍କ ପରିବାର ବର୍ଗ ଗୁହାରି କରିଛନ୍ତି ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.