ନରେନ୍ଦ୍ରପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉ ।

0 589

ଶେରଗଡ,୦୪/୦୭(ପିପିଟି);ସାରା ବିଶ୍ୱ ରେ କୋଭିଡ୧୯ ବା କରୋନା  ଭୂତାଣୁ ଦିନ କୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ଏବେ ଏହା ଆମ ଭାରତରେ ଧୀରେ ଧୀରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରେ ଦିନ କୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଶେରଗଡ଼ ବ୍ଲକର କିଛି ଗ୍ରାମ ପଞ୍ଚାୟତରେ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ଗାଁ ଗହଳିର ଲୋକଙ୍କ ମନରେ ଭୟାବହ ସୃଷ୍ଟି କଲାଣି ଏଥିରେ ଶୁକ୍ରବାର  ଶେରଗଡ଼ ବ୍ଲକର ପିତ୍ତଳ ଗ୍ରାମରୁ ଜଣେ ଦୋକାନୀ, ପିତ୍ତଳ ଛକରୁ ଜଣେ ଅଟ ଚାଳକ ଓ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବି ନୁଆଁପଲି ଗ୍ରାମରୁ ଜଣେ ବ୍ୟକ୍ତି କରୋନା ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କୁ ସକାଳେ ଶୀତଳା ପଲ୍ଲୀ ଟାଟା କୋଭିଡ ହସ୍ପିଟାଲକୁ ପଠାଯାଇଛି । ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବାର ଲାଗି ରହିଛି ପ୍ରଶାସନଙ୍କୁ ଲୋକ ମାନେ ନିବେଦନ କରିଛନ୍ତି କି ସେହି ଅଞ୍ଚଳର କଣ୍ଟେଣ୍ଟମେନ ଜୋନ ଭାବେ ଘୋଷଣା କରାଯାଉ । ସେହି ଅଞ୍ଚଳରେ କିଛି ଅସାଧୁ ଲୋକ ଚୋରା ରେ ଦେଶୀ ମଦ ବିକ୍ରି କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଏବଂ ପ୍ରଶାସନକୁ ଏ ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ସ୍ଥାନୀୟ ପଞ୍ଚାୟତ ବାସୀ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.