ନବାର୍ଣ୍ଣ ପାଇଁ ଲଗ୍ନ ଧାର୍ଯ୍ୟ ।

0 274

ପଦ୍ମପୁର,୧୬/୦୮(ପିପିଟି);ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀଙ୍କ ନବାର୍ଣ୍ଣ ଭୋଗ ଅର୍ପଣ ପାଇଁ ୧୫.୮.୨୦ ଦିନ ମନ୍ଦିର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତ,ସତ୍ୟ ପୁରୋହିତ,ନରସିଂହ ହୋତା,ସିଦ୍ଧାର୍ଥ ପୁରୋହିତ,ମନମିତ ପୁରୋହିତ ଆଜାଦ ପୁଜକ ମାନଙ୍କ ଦ୍ୱାରା ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ କରାଯାଇଛି । ଆସନ୍ତା ତା-୨୩.୮.୨୦୨୦ରିଖ ଶୁକ୍ଲପକ୍ଷ ଋଷି ପଂଚମୀ ରବିବାର ଅମୃତବେଳା ବିଛାଲଗ୍ନ ଦିବାଘ ୯.୩୦ ମିନିଟ ଠାରୁ ୯ଘଣ୍ଟା ୪୫ ମିନିଟ ମଧ୍ୟେ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀଙ୍କ ଠାରେ ନବାର୍ଣ୍ଣ ଭୋଗ ଅର୍ପଣ କରାଯିବ ବୋଲି ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛିା କୋଭିଡ-୧୯ ର ନିୟାମାବଳୀ ପାଳନ କରାଯିବ ବୋଲି ମଧ୍ୟ ଜଣାଇ ଦିଆଯାଇଛି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.