ଧର୍ମଶାଳା ରେ ଚମୁକୁଛନ୍ତି ଦୁଇ ସରୋଜ ।

0 304

ଯାଜପୁର,୦୯/୦୭(ପିପିଟି) ; କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ଲୋକମାନେ ଘରୁ ବାହାରକୁ ପାଦ କାଢୁ ନ ଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ଆଶା କର୍ମୀ ଓ ପୁଲିସ ଆଦି କର୍ମଚାରୀ ଓ ସ୍ଵେଚ୍ଛାସେବୀ ଆଦି ଯୋଦ୍ଧା ମାନେ ନିଜ କର୍ମକୁ ପ୍ରାଥମିକତା ଦେଇ ଲୋକଙ୍କ ନିକଟରେ ସୁରକ୍ଷା କବଚ ଭାବେ ଛିଡା ହୋଇଛନ୍ତି । ଆଜି ଆମେ କହୁଛି ଦୁଇ ଜଣ କରୋନା ଯୋଦ୍ଧାଙ୍କ କାହାଣୀ ଜଣେ ଧର୍ମଶାଳା  ତହସିଲଦାର ସରୋଜ କୁମାର ପଣ୍ଡା ଓ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ । ଏହି ଦୁଇ ସରୋଜ ନିଜର କାର୍ଯ୍ୟ ଦକ୍ଷତା ବଳରେ ସଟ୍ ଡାଉନ ହେଉ ବା ଲକ୍ ଡାଉନ ସଫଳ କରିଛନ୍ତି । କେତେ ବେଳେ ଦକ୍ଷ ପ୍ରଶାସକ ଭାବେ ଆଇନ ଅମାନ୍ୟ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ କରିଛନ୍ତି ତ ଆଉ କେତେ ବେଳେ ଭୋକିଲାଙ୍କ ମୁହଁରେ ଆହାର ଦେଇଛନ୍ତି । ଏହି ଦୁଇ ସରୋଜଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.