ଧର୍ମଶାଳା ଥାନା ମିର୍ଜାପୁରରେ ଘଟିଥିବା ଶିକ୍ଷୟିତ୍ରୀଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ ।

0 1,087

ଯାଜପୁର,୦୭/୦୭(ପିପିଟି) ; ଏକତରଫା ପ୍ରେମର କରୁଣ ପରିଣତି । ବିଫଳ ପ୍ରେମିକର ଉନ୍ମକ୍ତ କାଣ୍ଡ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁରରେ ଘଟିଥିବା ଶିକ୍ଷୟିତ୍ରୀଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଆଜି ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ହେଲେ ନିକଟସ୍ଥ ସାଲେପୁର ଗ୍ରାମର ସୁନୀଲ କୁମାର ଜେନା । ଏକତରଫା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଥିବା ସୁନୀଲ ପୋଲିସ ଆଗରେ ସ୍ୱୀକାର କରିଛି ।ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ସୁନୀଲ ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳଙ୍କ ଘରକୁ ଯାଇ ତାଙ୍କ ୧୭ବର୍ଷର ଝିଅ ଜୟଶ୍ରୀ ମଲିକଙ୍କୁ ପ୍ରେମ ନିବେଦନ କରିଥିଲେ । ଏଥିରେ ତରୁଲତା ଓ ତାଙ୍କ ସ୍ୱାମୀ ନିତ୍ୟରଂଜନ ମଲିକ ବାଧା ଦେବାରୁ ସେ ପ୍ରତିହିଂସାପରାୟଣ ହୋଇ ତିନିଜଣଙ୍କୁ ଏକ କାଙ୍କ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତରୁଲତାଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ବାପା ଓ ଝିଅ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାଙ୍କକୁ ଜବତ କରିବା ସହ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ ଚଳାଇଛି । ଆଜି ଅଭିଯୁକ୍ତ ସୁନୀଲକୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ । ଗତ କାଲି ଯାଜପୁର ଏସପି ଚରଣ ସିଂ ମିନା ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.