ଦ୍ବାଦଶ ପାଇଁ ଭୋଜି ପ୍ରସ୍ତୁତି ବେଳେ ପ୍ରଶାସନ ଚଢାଉ କରି ଖାଦ୍ୟ ଜବତ କଲା ।

0 634

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୪/୦୪- ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୂଷୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଲକଡାଉନ ନିୟମକୁ  ଅମାନ୍ଯ କରି ଶୁକ୍ରବାର ଦିନ ଦ୍ବାଦଶ କାର୍ଯ୍ୟରେ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନ ଅତକିର୍ତ ଭାବେ ଚଢ଼ାଉ କରି ରନ୍ଧାଖାଦ୍ୟ ନିମନ୍ତେ ବ୍ୟବହୃତ ହଣ୍ଡାହାଣ୍ଡି ଜବତ କରିଥିବା ଜଣାପଡିଛି । ସମଗ୍ର ବିଶ୍ୱରେ ଏବେ କରୋନାକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଥିବା ବେଳେ କରୋନାର ପ୍ରଭାବ ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି। ଏ ଭଳି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆହ୍ଵାନ କ୍ରମେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ କଟକଣା ଜାରି ହୋଇଛି। ଲକଡ଼ାଉନ ଯୋଗୁଁସଭା ସମିତି, ଭୋଜି କାର୍ଯ୍ୟ, ବିବାହ, ବ୍ରତ, ଯାନ ବାହାନ ଚଳାଚଳ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଦ୍ଦେର୍ଶ ଦେଇଛନ୍ତି। କିନ୍ତୁ ଏହି ଲକଡାଉନ କଟକଣାକୁ ଉଲଘଂନ କରୁଥିବା ଜଣାପଡ଼ିଛି। ଖବରପ୍ରକାରେ , ଭୂଷୁଣ୍ଡା ଗ୍ରାମର ରତନ ପ୍ରଧାନ (୮୫) ନାମକ ଜଣେ ବୃଦ୍ଧଙ୍କ  ଗତ ୧୪ ତାରିଖରେ ମୃତ୍ୟୁ ହୋଇଥିଲା । ଆଜି ଦ୍ବାଦଶ କାର୍ଯ୍ୟରେ ପରିବାର ପକ୍ଷରୁ ଗ୍ରାମରେ ୮୦୦ ରୁ ୯୦୦ ଲୋକମାନଙ୍କପାଇଁ ଭୋଜି ଖାଇ ଆୟୋଜନ କରାଯାଇଥିଲା। ଶୁକ୍ରବାର ସକାଳେ ଗ୍ରାମ ଲୋକେ ଭୋଜି ଖାଉଥିବା ଖବରପାଇସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଗପହଣ୍ଡି ବିଡ଼ିଓ ହଳଧର ଶବର, ତହସିଲଦାର ଅଦ୍ଵୈତକୁମାର ସ୍ଵାଇଁ, ଦିଗପହଣ୍ଡି ଥାନା ଏସ୍ଆଇ ମାଧବ ଚନ୍ଦ୍ର ଟାକିରିଙ୍କ ନେତୃତ୍ୱରେ ସମସ୍ତ ତହସିଲ କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ସମସ୍ତ ରନ୍ଧାଖାଦ୍ୟ ଜବତ କରିଥିବା ଜଣାପଡିଛି।
ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.