ଦେଶରେ ୨୮୭୦୧ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୮୮୫୦ ଏବଂ ମୃତ ସଂଖ୍ୟା ୫୦୦ ।

0 2,142

ନୂଆଦିଲ୍ଲୀ,୧୩/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ୨୮୭୦୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୮୮୫୦ ଏବଂ  ୫୦୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୮,୭୮,୨୫୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩,୧୭୪ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୫୩,୪୭୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୫୪,୪୨୭ ଆକ୍ରାନ୍ତ, ୧,୪୦,୩୨୫ ସୁସ୍ଥ ଏବଂ ୧୦୨୮୯ ମୃତ । ତାମିଲନାଡୁରେ ୧,୩୮,୪୭୦ ଆକ୍ରାନ୍ତ, ୮୯,୫୩୨ ସୁସ୍ଥ ଏବଂ ୧୯୬୬ ମୃତ । ଦିଲ୍ଲୀରେ ୧,୧୨,୪୯୪ ଆକ୍ରାନ୍ତ, ୮୯,୯୬୮ ସୁସ୍ଥ ଏବଂ ୩୩୭୧ ମୃତ । ଗୁଜୁରାଟରେ ୪୧,୮୨୦ ଆକ୍ରାନ୍ତ,୨୯,୧୬୨ ସୁସ୍ଥ ଏବଂ ୨୦୪୫ ମୃତ । କର୍ଣ୍ଣାଟକରେ ୩୮,୮୪୩ ଆକ୍ରାନ୍ତ, ୧୫,୪୦୭ ସୁସ୍ଥ ଏବଂ ୬୪୮ ମୃତ । ଉତ୍ତରପ୍ରଦେଶ ରେ  ୩୬,୪୬୭ ଆକ୍ରାନ୍ତ,୨୩,୩୩୪ ସୁସ୍ଥ ଏବଂ ୯୩୪ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.