କମିଛି ପଜିଟିଭ: ଭଞ୍ଜନଗର ରେ ଆଜି ମାତ୍ର ୩ଜଣ ।

0 366

ଭଞ୍ଜନଗର,୧୩/୦୭(ପିପିଟି); ସୋମବାର ମିଳିଥିବା ରିପୋର୍ଟ ଦେଖି ପ୍ରଶାସନ ଓ ଜନସାଧାରଣଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଛି। ଆଜି ଭଞ୍ଜନଗର ଅଞ୍ଚଳରେ ମାତ୍ର ୩ଟି କରୋନା ପଜିଟିଭ କେଶ ସାମ୍ନାକୁ ଆସିଛି। ଗତ କିଛି ଦିନ ହେବ ଲଗାତାର ଭାବେ ବହୁ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ଆସୁଥିବା ବେଳେ ତାହାକୁ ନେଇ ସମସ୍ତେ ଆତଙ୍କିତ ହୋଇ ରହିଥିଲେ। ହେଲେ ଜନସାଧାରଣ ସତର୍କତା ଅବଲମ୍ବନ କରିବାରୁ ଏହି ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି।ଆଜି ଭଞ୍ଜନଗର ଏନ.ଏ.ସିର ବାଇପାସ ରୋଡ଼ ରୁ ଜଣେ ଏବଂ ଏହି ବ୍ଲକର ବାଉଁଶ ଲୁଣ୍ଡିରୁ ଜଣେ ମହିଳା ଓ ମୁଜାଗଡ଼ ରୁ ଜଣେ ବ୍ୟକ୍ତି ପଜିଟିଭ ଥିବା ଜଣାପଡିଛି।ତେଣୁ ସମସ୍ତେ କୋଭିଡ଼ ନିୟମ ମାନିଲେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମିବ ବୋଲି ଆଶା କରାଯାଉଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.