ଦୁଇ ବାଇକ ମୁହାଁମୁହିଁ ଧକ୍କା,ଉଭୟ ଚାଳକ ଗୁରୁତର ।

0 378

ଭଞ୍ଜନଗର,୧୩/୦୧(ପିପିଟି) : ଭଞ୍ଜନଗର ଥାନା ଅଧୀନ ମଙ୍ଗଳପୁର ନିକଟରେ ଗୁରୁବାର ସକାଳ ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ମୁଜାଗଡ଼ ଗ୍ରାମର ବୀର ସାହୁ ଓ ବାହାଡାପଦର ଗ୍ରାମର ମୋତିଲାଲ ବିଷୋୟୀ । ବୀର ମୁଜାଗଡ଼ ପଟୁ ଯୋଗୀମାରି ଅଭିମୁଖେ ଆସୁଥିବା ବେଳେ ମୋତିଲାଲ ବାହାଡ଼ାପଦର ରୁ ବଡ ପଥରା ଅଭିମୁଖେ ଯାଉଥିଲେ। ଏହି ସମୟରେ ମଙ୍ଗଳପୁର ଗ୍ରାମ ନିକଟ ଏକ ବୁଲାଣି ରାସ୍ତାରେ ଉଭୟ ବାଇକ ଧକ୍କା ହୋଇଥିଲା। ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୋତିଲାଲ ଙ୍କୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.