ଦୁଇ ଦିନରେ ୨୮.୦୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ ।

0 4,359

ବ୍ରହ୍ମପୁର,୦୪/୧୨(ପିପିଟି):ଅବକାରୀ କମିଶନର ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅବକାରୀ ଓ ପୁଲିସର ମିଳିତ ଭାବେ ଚଢାଉ କରି ଦୁଇଦିନ ଭିତରେ ପ୍ରାୟ ୧୮୭ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ୨ ଲକ୍ଷ ୭୮ ହଜାର ୫୦୦ ଗଞ୍ଜେଇ ଗଛକୁ କଟାଯାଇଥିବା ବେଳେ ଏହାର ମୁଲ୍ୟ ପ୍ରାୟ ୨୮ କୋଟି ୫ ଲକ୍ଷ ଟଙ୍କା ବୋଲି ସୁଚନା ମିଳିଛି । ଆଜି ଦ୍ୱିତୀୟ ଦିନ ଚଢାଉ ବେଳେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଗଜରକୁମ୍ପା ,ତାଳଘାଇ ଓ ବେସରବଟା ଇଲାକାକୁ ଲାଗିଥିବା ଏକର ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ୯୭ ହଜାର ୫୦୦ ଶହ ଗଞ୍ଜେଇ ଗଛକୁ କଟାଯାଇଥିବା ବେଳେ ଏହାର ଆକଳନ ମୁଲ୍ୟ ୯ କୋଟି ୭୫ ଲକ୍ଷ ଟଙ୍କା ବୋଲି ସୁଚନା ମିଳିଛି । ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଓ ଆସ୍କା ଏସ୍.ଡି.ପି.ଓ ଉମାଶଙ୍କର ସିଂହଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଅବକାରୀ , ବିଦ୍ୟୁତ୍ ଓ ବନବିଭାଗ ସମେତ ଶେରଗଡ଼, ବଡ଼ଗଡ଼,ଧରାକୋଟ,ସୋରଡ଼ା ପୁଲିସ, ଗୁଇନ୍ଦା ସଂସ୍ଥା ଏବଂ ଧରାକୋଟ ତହସିଲଦାର ଓ ସୋରଡ଼ା ଅତିରିକ୍ତ ତହସିଲଦାରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ୩୦୦ ଶହରୁ ଉର୍ଦ୍ଧ କର୍ମଚାରୀଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛକୁ କଟାଯାଇଥିଲା । ଏ ସଂକ୍ରାନ୍ତରେ ୩ ଟି ମାମଲା ରୁଜୁ ହୋଇଥିବା ଅବକାରୀ ଅଧିକ୍ଷକ ଶ୍ରୀ ଭତ୍ରା ସୁଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.