ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର ।

0 309

କଳାହାଣ୍ଡି,୧୭/୦୭(ପିପିଟି); କଳାହାଣ୍ଡି ଓ ବଲାଙ୍ଗିର ଲାଗିରହିଥିବା ବ୍ରିଜରେ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଟ ତେଲ ନଦୀ ଓ ବଲାଙ୍ଗିର ସୀମାନ୍ତ  ବେଲଗାଁ ନଦୀ ବ୍ରିଜରେ ଏକ ଟ୍ରକ ଓ ତେଲ ଟ୍ୟାଙ୍କର  ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁସାରେ  ଆଜି ସକାଳ ୫ଟା ସମୟରେ ତେଲ ଟ୍ୟାଙ୍କରଟି ଭବାନିପାଟଣା ଆଡକୁ ଆସୁଥିବା ବେଳେ ଟ୍ରକଟି ବଲାଙ୍ଗିର ଆଡକୁ ଯାଉଥିଲା । ଏହି ସମୟରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାରେ ଉଭୟ ଗାଡିର  ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି  ଯାଇଥିବା ଜଣାପଡିଛି। ଦୁର୍ଘଟଣା ଯୋଗୁ ୪ ଘଣ୍ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଠପ୍ ହୋଇଥିଲା । ଖବର ପାଇ କେସିଙ୍ଗା ପୁଲିସ ଓ ବଲାଙ୍ଗିର ପୁଲିସ ଘଟଣା ସ୍ଥଳକୁ ଯାଇ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଯବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
ରିପୋର୍ଟ – ବବୁଲୁ  ସାହୁ ।

Leave A Reply

Your email address will not be published.