ଦୁଃଖ ସମୟରେ ସହାୟତା ପାଇଁ ଆଗେଇ ଆସିଲେ ସମାଜସେବୀ ।

0 362

ପଦ୍ମପୁର,୦୫/୦୭(ପିପିଟି); ପାଇକମାଲ ଅଞ୍ଚଳର ଯୁବ ସମାଜସେବୀ ପୂର୍ବତନ ସରପଞ୍ଚ  ମହେଶ୍ୱର ସାହୁଙ୍କ ପୁତ୍ର ରବିନାରାୟଣ ସାହୁ ଆଜି ସକାଳେ ଗୋଟିଏ ଖବର ଦେଖିଲେ ପାଇକମାଲ ବ୍ଳକ ବାଦିକଟା ପଞ୍ଚାୟତର ଘେସରା ଗ୍ରାମ ରେ ଜଣେ ବିଧବା ଅସହାୟ ମହିଳା ୨ବର୍ଷ ହେଲା ବିଧବା ଭତ୍ତା ପାଇଁ ସରପଞ୍ଚ ଓ ବ୍ଳକ ଧାଇଁ ଧାଇଁ ହତାସ ।ତାଙ୍କର ୨ଟି ସନ୍ତାନ ଅଛନ୍ତି ।ଏହି ଖବରଟା ଦେଖି ସମାଜସେବୀ ରବିନାରାୟଣ ସାହୁ ଅସହାୟ ମହିଳାଙ୍କ ଦୁଃଖ ସହି  ନ ପାରି ଆଜି ସନ୍ଧ୍ୟାରେ ନଜେ ଯାଇ ଅସହାୟଙ୍କୁ ୧୫ଦିନ ର ଶୁଖିଲା ଖାଉଟି ସାମଗ୍ରୀ ସହଯୋଗ କରିବା ସତ୍ତ୍ବେ ଯଥା ଶୀଘ୍ର ତାଙ୍କୁ ବିଧବା ଭତ୍ତା ଓ ଅନ୍ୟ ସରକାରୀ ସହାୟତା ପାଇବାରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.