ଦୀର୍ଘ ୧୪ ଦିନ ପରେ ପ୍ରବାସୀ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲେ ।

0 3,128

ସାନଖେମୁଣ୍ଡି,(ପିପିଟି)୧୭/୦୬, ଦୀର୍ଘ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଆଜି ସେମାନଙ୍କ ଧାର୍ଯ୍ୟ ସମୟ ପୁରି ଯାଇଛି । ଭୟାନକ ମହାମାରୀ କରୋନା ଦାଉରୁ ଉଦ୍ଧାର ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବାହାର ରାଜ୍ୟ ତଥା ଦେଶରୁ ଫେରିଥିବା ପ୍ରବାସୀ ଓଡ଼ିଆ ଆଜି ସେମାନଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଥିବା ୩୦ ରୁ ଉର୍ଦ୍ଧ୍ବ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ଯରୁ ଆସି ସଙ୍ଗରୋଧ କେନ୍ଦ୍ର ରେ ୧୪ ଦିନ ରହିଥିଲେ । ଆଜି ସେମାନଙ୍କର ଅବଧି ଶେଷ ହୋଇଥିବାରୁ ସେମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏରେଣ୍ଡ୍ରା ସରପଞ୍ଚ ପ୍ରତନିଧି ଶ୍ରୀ ସହଦେବ ପ୍ରଧାନ, ଆଶା ଦିଦି, ଅଙ୍ଗନୱାଡି କର୍ମୀ ଏବଂ ସେଠିକାର ସ୍ବେଚ୍ଛାସେବୀଙ୍କ ଉପସ୍ଥିତ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ କୋଭିଡ଼ ୧୯ ସାର୍ଟିଫିକେଟ ଦେଇ ବସ ଯୋଗେ ପ୍ରବାସୀ ଙ୍କୁ ନିଜ ନିଜ ଗ୍ରାମ କୁ ଛଡା ଯାଇଥିଲା । ପ୍ରବାସୀ ମାନେ ଯିବା ବେଳେ ସରପଞ୍ଚ ଙ୍କୁ ଧନ୍ୟବାଦ ଦେଇଥିଲେ । ଠିକ ଭାବେ ସେମାନଙ୍କ ଦେଖାଶୁଣା ଏବଂ ଖାଇବା ପିଇବା ର ସମସ୍ତ ସୁବିଧା ଯୋଗାଇଥିବାରୁ ଧନ୍ୟବାଦ ଦେଇଥିଲେ ପ୍ରବାସୀ । କରୋନା ଯୋଦ୍ଧା ଭଳି ଦିନ ରାତି ପ୍ରବାସୀ ମାନଙ୍କ ସେବା ଏବଂ ପରିବେଶ ସ୍ୱଚ୍ଛ ଉପରେ ଗୁରୁତ୍ୱ ଦେଇଥିଲେ ସରପଞ୍ଚ । ସରକାର ଙ୍କ ପ୍ରତ୍ୟେକ ଟି ନିୟମ ପାଳି ଘରେ ଆଉ ୭ ଦିନ ସଙ୍ଗରୋଧ ରେ ରହିବେ ଏବଂ ଘରେ କାହାସହ ମିଳାମିଶା ନକରି ରହିବେ ବୋଲି ସରପଞ୍ଚ ପ୍ରତିନିଧି ଶ୍ରୀ ସହଦେବ ପ୍ରଧାନ ପ୍ରବାସୀ ମାନଙ୍କୁ ବୁଝାଇଥିଲେ । ଶେଷରେ ପ୍ରବାସୀ ମାନେ ଧନ୍ୟବାଦ ଅର୍ପଣ କରି ଫୁଲ ତୋଡା ଦେଇ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିଥିବା ଶ୍ରୀ ପ୍ରଧାନଙ୍କୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ରିପୋର୍ଟ :- ଆରତ କୁମାର ହୋତା ।

Leave A Reply

Your email address will not be published.