ଦିଗପହଣ୍ଡି,(ପିପିଟି) ୧୧/୦୬, କରୋନାକୁ ନେଇ ଲକ୍ଡ଼ାଉନ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ , ରକ୍ତ ଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠି, ଏସ ଆଇ ମାଧବ ଚନ୍ଦ୍ର ତାକିରି, ଏସ ଆଇ ମଧୁସ୍ମିତା ପ୍ରଧାନ, ରାଇଟର କେଶବ ବିଶୋଇ, ସୁରେଶ କୁମାର ସେଠି, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡା ସମେତ ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।ଏଥିସହ ଚିକିଟି ଏସଡିପିଓ ଯୋଗଦେଇ ରକ୍ତ ଦେବାସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଜେଡି ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ, ଉଦୟ ନାଥ ସ୍ବାଇଁ,ଓ ଦିଗପହଣ୍ଡି ଅଞ୍ଚଳର ବହୁ ସମାଜ ସେବି ଯୋଗଦେଇ ରକ୍ତଦାନ କରିଥିଲେ ।ଏହି ରକ୍ତ ଶିବିରରେ ଡାକ୍ତର ଜୟନ୍ତ ମିଶ୍ର, ପ୍ରଦୀପ ସୁବୁଦ୍ଧି, ଦେବାଶିଷ ପଣ୍ଡା, ଜୀବନା ନନ୍ଦ ପଟ୍ଟନାୟକ, ସୁଶାନ୍ତ ପଣ୍ଡା, ଲକ୍ଷ୍ମଣ ବେହେରା ପ୍ରମୁଖ ରକ୍ତ ଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ- ସାଇଦୀପ ପୂଜାରୀ ।