ଦାଉ ସାଜିଛି କରୋନା;ଦିନ ମଜୁରିଆ ପାଖରେ ପହଞ୍ଚିଲେ ଏଆଇୱାଇଏଫ କର୍ମୀ ।

0 203

ହରଭଙ୍ଗା,୦୭/୦୪- ବାଣୀଭୂଷଣପୁର ଗ୍ରାମପଞ୍ଚାୟତର ବ୍ଲକ ହେଡକ୍ବାଟର ଠାରୁ ମାତ୍ର ଦେଢକିମି ଦୂରରେ ଅବସ୍ଥିତ ଦିନ ମଜୁରିଆ  ଅରକ୍ଷିତ ପ୍ରଧାନ ପରିବାରର ଝୁମ୍ପୁଡି ।ପରିବାର କହିଲେ ପତ୍ନୀ ଶାରଳା ଓ ଆଠ ପିଲାଛୁଆକୁ ନେଇ ତାର ସଂସାର।କରୋନା ଯୋଗୁଁ  କାମଧନ୍ଦା ନପାଇ ସରକାରଙ୍କ ଭରସା ରେ ଥିବା ବେଳେ  ୧୦ କେଜି ଚାଉଳ ଦେଇ ଦେଇ ପ୍ରଶାସନ ଚୁପ୍ ।ଏହି ଘଟଣା ସଂପର୍କରେ ଗଣମାଧ୍ୟମ ପ୍ରକାଶ ପାଇବା ପରେ  ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଂପାଦକ ଅବକାଶ ସହୁ ଓ ସହଯୋଗୀ  ପହଞ୍ଚିଲା ବେଳକୁ ୦୭ନଂ ଛୁଆ ଗୋଟିଏ ଗିନାରେ ଖାଲି ଭାତ ଧରି ବୁଲି ବୁଲି ଖାଉଛି । ଲକ୍ ଡାଉନ ପରେ ବଢିଯାଇଛି ତା ପରିବାରର ଦୁର୍ଦଶା । ଘର ତ ନୁହେଁ ଖଣ୍ଡେ ଜରି ଟାଣି ତା ତଳେ ରହୁଛନ୍ତି ପରିବାରର ୧୦ ସଭ୍ୟ ।ଏଆଇୱାଇଏଫ ସାଥି ସୁଶାନ୍ତ ରାଉତ,ସନାତନ ବାରିକ, ରଞ୍ଜନ ହଂସ ପହଞ୍ଚି  କିଛି ରାସନ ସାମାନ ଓ ଶୁଖିଲା ଖାଦ୍ୟ ଦେଇଥିଲେ।ସେଇଠୁ ବିଡିଓ ଙ୍କ ସହ ଟେଲିଫୋନ ରେ ଯୋଗାଯୋଗ କରିବାସହ ସାକ୍ଷାତ କରି ଆଲୋଚନା କରିବାପରେ ତୁରନ୍ତ ଉକ୍ତ ପରିବାରକୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ସଂପୃକ୍ତ ପଞ୍ଚାୟତର ପିଇଓ ଏବଂ ଜେଇଙ୍କୁ  ନିର୍ଦେଶ ଦେଲେ ବିଡିଓ ହରଭଙ୍ଗା ।

Leave A Reply

Your email address will not be published.