ଦଦରା ଲୁଣ୍ଡା ବୋମା ମାଡ଼ରେ ଜଣେ ମୃତ,୧୨ଅଟକ ।

0 413

ଭଞ୍ଜନଗର,୦୮/୦୮(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରା ଲୁଣ୍ଡା ଗ୍ରାମ ବନ୍ଧ ସାହିରେ ଗତକାଲି ରାତିରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିଯୁକ୍ତ, ହାତାହାତି ଓ ଶେଷରେ ବୋମାମାଡ ଭଳି ଘଟଣା ଘଟିଥିଲା। ବୋମା ବିସ୍ଫୋରଣରେ ଦଦରାଲୁଣ୍ଡା ଗ୍ରାମର କୃଷ୍ଣ ଗୌଡ଼ ଗୁରୁତର ଆହତ ହୋଇଥିଲା । ତାକୁ ତୁରନ୍ତ ଭଞ୍ଜନଗର ମେଡ଼ିକାଲ ରେ ଚିକିତ୍ସିତ କରି ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ହେଲେ ରାସ୍ତାରେ ତାର ମୃତ୍ୟୁ ହୋଇଥିଲା । ଏଥିସହ ଆଉ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି।ଆଜି ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ସୁତଲି, କାଚ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରି ଫେରିଛନ୍ତି। ପୋଲିସ ଗ୍ରାମରେ ମୃତୟନ ହେବା ସହ ୧୨ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଆଜି ଗଞ୍ଜାମ ଏସ.ପି ବ୍ରିଜେଶ କୁମାର ରାୟ ଦଦରା ଲୁଣ୍ଡା ଗ୍ରାମକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରି ମୃତ କୃଷ୍ଣ ର ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.