ତୈଳ ଦର ବୃଦ୍ଧି ପ୍ରତିବାଦରେ ଦଶମନ୍ତପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ।

0 366

କୋରାପୁଟ ,୦୮/୦୭ (ପିପିଟି); ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଦଶମନ୍ତପୁର  ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ କରିବା ସହ ପଦଯାତ୍ରା କରି ସ୍ଥାନୀୟ  ବିଡିଓ ଦମ୍ବରୁଦର ମଲ୍ଲିକଙ୍କ ଜରିଆରେ ସିଧାସଳଖ  ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୋରାପୁଟ ଜିଲା ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ଦଶମନ୍ତପୁର ବ୍ଳକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ୍ ଙ୍କ ନେତୃତ୍ବରେ ଦଶମନ୍ତପୁର  ବ୍ଲକର କଂଗ୍ରେସ ଦଳର ଦଳୀୟ କର୍ମୀ ମାନେ ବ୍ଲକ ସଦର ମହକୁମା ପରିସର ଠାରୁ ଏକ ପଦଯାତ୍ରା ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେବା ସହ ସମଦୂରତା ରଖି ବ୍ଲକ କାର୍ଯ୍ୟଳୟରେ ପହଞ୍ଚଥିଲେ ।  ତୈଳଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏଇ କିଛିଦିନ ହେଲା ଲଗାତାର ପେଟ୍ରୋଲ ଓ ଡିଜେଲର ଦାମ ବଢି ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ସରକାର ବିଫଳ ହେଉଥିବା ବେଳେ ରାଷ୍ଟ୍ରପତି ଏହି ବିଷୟରେ ହସ୍ତକ୍ଷପ କରି ଦେଶବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି କଂଗ୍ରେସ କର୍ମୀଙ୍କ ଠାରୁ ଜଣାପଡିଛି । କେନ୍ଦ୍ର ସରକାର ତୈଳ ଦର, ଏକ୍ସାଇଜ୍‍ ଡ୍ୟୁଟି କମାଇବାରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦାୟକ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି । ଭାରତର ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଦଶମନ୍ତପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ  ପ୍ରଦାନ କରା ଯାଇଛି। ସାରା ଭାରତ ବର୍ଷରେ କୋରନା ମହାମାରି ଯୋଗୁଁ ଲକଡାଉନ ଚାଲିଥିବା ବେଳେ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଛି। ଗରିବଙ୍କ ପାଖରେ ନା ଅଛି କାମ, ନା ମୁଠାଏ ଖାଇବାକୁ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବଙ୍କ ପାଖରେ ସବୁ ପ୍ରକାର ସୁବିଧା ପହଞ୍ଚାଇବା କଥା କହି ଲୋକଙ୍କୁ ଭୁଆଁ ବୁଲାଇ ତୈଳ ଦରକୁ ଆକାଶ ଛୁଆଁ କରି ସାରିଲାଣି ।
ରିପୋର୍ଟ – ତପନ ହିଆଲ ।

Leave A Reply

Your email address will not be published.